ପୁରୀ, ୮/୯ (ସନ୍ଧାନ ନିୟୁଜ) -ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଥିବା ୭୫ମିଟର ଭିତରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯିବା ପକ୍ରିୟା ଆରମ୍ଭ ହୋଇଥିଲା। ବଡ଼ ଆଖଡ଼ା ମଠ ଭାଙ୍ଗିବାବେଳେ ମଠାଧିଶଙ୍କ ବିରେଧ ଯୋଗୁଁ ଭଙ୍ଗାକାର୍ଯ୍ୟ ସ୍ଥଗିତ କରାଯାଇଥିଲା। ଗତକାଲି ଆମିକକସକ୍ୟୁରୀ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି। ଉଚ୍ଛେଦ କାର୍ଯ୍ୟ ସହମତି ଅନୁଯାୟୀ କରାଯାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଆଜି ଠାରୁ ପୁନଃରାୟ ଜିଲାପ୍ରଶାସନ ପକ୍ଷରୁ ଉଚ୍ଛେଦକାର୍ଯ୍ୟ ସକାଳ ୭ଠାରୁ ଆରମ୍ଭ କରାଯାଇଛି। ଆଜି ଜିଲାପ୍ରଶାସନ ଜେସିବି ସାହାର୍ଯ୍ୟରେ ବଡ଼ଆଖଡ଼ା ମଠକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ପ୍ରଶାସନ ଅଧିକାରୀ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଦୁଇଦିନ ନିରବତା ପରେ ଆଜିଠାରୁ ଭଙ୍ଗାକାର୍ଯ୍ୟ ଆରମ୍ଭ
|
September 8, 2019 |



