ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଜଣ ଙ୍କର ମୃତ ଦେହ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଡ୍ରାଇଭର ଟ୍ରକ ରେ ଚାପି ହୋଇ ରହି ଯାଇଥିବାରୁ ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟା କଳ ପରିଶ୍ରମ କରି କଟର ସାହାର୍ଯ୍ୟରେ ଟ୍ରକ କୁ କାଟି ତାଙ୍କୁ ଉଦ୍ଧାର କରିଛନ୍ତି। ଟ୍ରକ ଦ୍ୱୟଙ୍କ ମଧ୍ୟରେ ଧକ୍କା ଏତେ ତୀବ୍ର ଥିଲା ଯେ ଗୋଟିଏ ମୃତ ଶରୀରରୁ ଅନ୍ତବୁଜୁଲି ବାହାରକୁ ବାହାରି ଆସିଥିଲା। ମୃତଦ୍ୱୟ ଡ୍ରାଇଭର ହେଲପର ବୋଲି କୁହାଯାଉଛି। ମୃତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କର ନାମ ଶୁଶାନ୍ତ କୁମାର ନାୟକ ଓ ଅନ୍ୟ ଜଣଙ୍କର ନାମ ବିଚିତ୍ର ସାହୁ ବୋଲି ଜଣା ପଡିଥିଲେ ମଧ୍ୟ ଅନ୍ୟ କୌଣସି ସୂଚନା ମିଳି ପାରି ନାହିଁ। ଏହି ୨୦ନମ୍ବର ଜାତୀୟ ରାଜପଥ ଉପରେ ରେ ଗତ ଚାରି ଦିନ ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣ ଙ୍କର ମୃତ୍ୟୁ ହୋଇସାରିଲାଣି।
ଗତ ବୁଧବାର ଦିନ ରାତ୍ରୀରେ ମଧ୍ୟ ଏହି ରାଜପଥ ଉପରେ ଦୁର୍ଘଟଣାରେ ୨ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ ଏହି ଏହି ୨୦ ନମ୍ବର ଜାତୀୟ ରାଜପଥ ଦୀର୍ଘ ବର୍ଷ ହେବ ଅସଂପୂର୍ଣ୍ଣ ହୋଇ ପଡିରହିଥିଲେ ସୁଦ୍ଧ।। ଟୋଲ କିନ୍ତୁ ଆଦାୟରେ ସାମାନ୍ୟତମ ହେଳା କରାଯାଉ ନାହିଁ। କିନ୍ତୁ ଏହି ରାଜପଥ ନିର୍ମାଣକୁ ସଂପୂର୍ଣ୍ଣ କରାଯାଉନାହିଁ। ଏହି ଅଧପନ୍ତରିଆ ରାସ୍ତା ଯୋଗୁଁ ଏହି ୨୦ ନମ୍ବର ଜାତୀୟ ରାଜପଥରେ ପ୍ରତିଦନ ଓ ବାରମ୍ବାର ଦୁର୍ଘଟଣା ଘଟି ଲୋକ ଙ୍କର ବହୁମୂଲ୍ୟବାନ ଜୀବନ ହାନୀ ଘଟୁଛୁ ତଥାପି ଜିଲ୍ଲା ପ୍ରଶାସନ ନିଘୋଡ ନିଦରେ ଶୋଇଛି। କହିଲେ ଶୁଣିବାକୁ ମଧ୍ୟ କେହି ନାହହିଁ। ଏହା ହିଁ ହିଁ ଏଠାରେ ବିଡମ୍ବନା। ଏପରି କି ଗତ ଏକ ବର୍ଷ ପୂର୍ବେ ସହରର ସୌନ୍ଦର୍ଯ୍ୟ କରଣ ନାମରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ସହର ମଧ୍ୟରେ ନିର୍ମିତ ରାସ୍ତା ଏବେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ରାସ୍ତାରୁ ଚିପ୍ସ ସବୁ ଉଠି ଦୁର୍ଘଟଣାର କାରଣ ହେଲାଣି। ତଥା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁ ନାହିଁ।



