ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ

Spread the love

ଯାଜପୁର, ତା ୦୮.୧୨.୨୦୨୨(ସନ୍ଧାନ ନିଉଜ) ଓଡିଶାରେ ଦୀର୍ଘ ସ୍ଥାୟୀ ବିକାଶ ପାଇଁ ୨୦୩୦ ଏଜେଣ୍ଡାର କାର୍ଯ୍ୟକାରିତା ଉପରେ ଆଜି ଠାରୁ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚ୍ଥି । ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଆୟୋଜିତ ଏହି ତାଲିମ ଶିବିରକୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଉଦ୍‌ଘାଟନ କରି କହିଲେ ଯେ, ଯାଜପୁର ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ । ମୁଁ ଏହାକୁ ଏକ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଦେଖିବାକୁ ଚାହେଁ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଏଜେଣ୍ଡା ୨୦୩୦ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଯୋଜନାର ବିଭିନ୍ନ ଗତିଶୀଳତା ବିଷୟରେ ଅଂଶ ଗ୍ରହଣକାରୀ ମାନଙ୍କୁ ସଚେତନ କରିବା, ସେମାନଙ୍କୁ ସ୍ଥିରତା, ନିରନ୍ତର ବିକାଶ, ଲକ୍ଷ୍ୟ, ସୂଚକ, ଓଡିଶା ଦୀର୍ଘସ୍ଥାୟୀ ସୂଚକ ଢାଂଚା ଏବଂ ଦୀର୍ଘସ୍ଥାୟୀ ବିକାଶର ଲୋକାଲାଇଇଜେସନ ବା ସ୍ଥାନୀୟକରଣ ସହିତ ପରିଚିତ କରାଇ ଜିଲ୍ଲାକୁ ନିରନ୍ତର ବିକାଶ ପଥରେ ଆଗେଇ ନେବା ଏହି ତାଲିମ ଶିବିରର ଆଭିମୁଖ୍ୟ । ଜିଲ୍ଲାର ବିଭିନ୍ନ ଦୀର୍ଘସ୍ଥାୟୀ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ନିର୍ଦ୍ଧିଷ୍ଟ ସମସ୍ୟାର ସମାଧାନ କରିବା ହେଊଚ୍ଥି ଆମର ବଡ ଦାୟିତ୍ୱ । ଜିଲ୍ଲାରେ ୨ ଗୋଟି ସହରାଂଚଳ, ୩୧୧ ପଂଚାୟତ ଏବଂ ୧୭୮୧ ଗୋଟି ଗ୍ରାମାଂଚଳରେ ସମାନ୍ତରାଳ ଭାବେ ସବୁ ସ୍ଥାନରେ ବିକାଶ ସହିତ ଜିଲ୍ଲାକୁ ଆଗାମୀ ଦିନରେ ଏକ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିଲେ ଏହି ତାଲିମ ଶିବିରର ଆଭିମୁଖ୍ୟ ସର୍ବସାଧାରଣରେ ପ୍ରତିପଂଳିତ ହୋଇ ପାରିବ ବୋଲି ଶ୍ରୀମତୀ ଅରୁମୁଗମ ପ୍ରତିକ୍ରିୟା ରଖିଥିଲେ । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀ, ପଂଚାୟତ ପ୍ରତିନିଧି ଓ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ ମାନଙ୍କୁ ବୈଷୟୀକ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ୧୭ ଟି ଲକ୍ଷ୍ୟ ଏବଂ ୧୬୯ ଟି ସୂଚକ କିପରି ପୂରଣ ହୋଇପାରିବ ସେ ସଂପର୍କରେ ଅଧିକାରୀ ମାନଙ୍କୁ ଦିବସବ୍ୟାପି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଳ୍ରୱର୍ତୀ ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଏକାଭିମୁଖୀ ହେବାପାଇଁ ପରାମର୍ଶ ଦେଇଥିଲେ ଏହି ତାଲିମ ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଯୋଜନା ଓ ସଂଯୋଜନା (ଡିପିଏମ୍‌ୟୁ) ବିଭାଗର ଊପନିର୍ଦ୍ଦେଶକ ଶ୍ରୀଧର ସେଠୀ, ଜିଲ୍ଲା ପରିଷଦର ପ୍ରୋଗ୍ରାମ ମ୍ୟାନେଜର ମଧୁମିତା ପୃଷ୍ଟି, ଯୋଜନା ଓ ସଂଯୋଜନା ବିଭାଗର ସରୋଜ କୁମାର ଦାସ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର ଭାବେ ଦୀର୍ଘସ୍ଥାୟୀ (ଅର୍ଥନୈତିକ) ପ୍ରଦୀପ ପଣ୍ଡା, ଆନାଲିଷ୍ଟ ପ୍ରମୋଦ ମଲିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡା. ମିଥୁନ କର୍ମକାର, ଷ୍ଟେଟ ଟ୍ରେନର ଭାନୁପ୍ରତାପ ପାଣିଗ୍ରାହୀ ପ୍ରମୁଖ ବୈଷୟିକ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗୀୟ ଅଧିକାରୀ, ସରପଂଚ, ବିଡିଓ ଏବଂ ବିଭିନ୍ନ ଏନ୍‌ଜିଓ ର କର୍ମକର୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ । ଆସନ୍ତା କାଲି ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିବ ।

Related Posts

About The Author

Add Comment