ରାଉରକେଲା, ୧୪/୧୧/୨୦ (ସନ୍ଧାନ ନିଉଜ) : ଆଜି ରାଉରକେଲାର କିଛି ଘରୋଇ ଶିକ୍ଷାନୁଷ୍ଠାନରେ କୋଭିଡ଼ ନିୟମ ଅନୁଯାୟୀ ପାଳନ ହୋଇଥିଲା ପବିତ୍ର ଶିଶୁ ଦିବସ । ଶିଶୁ ଦିବସରେ ଜବହାରଲାଲ ନେହରୁଙ୍କ ଜନ୍ମଦିନ ଥିବାରୁ ଏହାକୁ ଆନନ୍ଦ ସହକାରେ ଶିଶୁ ମାନେ ପାଳନ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହରୁଙ୍କୁ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ବସନ୍ତ କୁମାର ଦାସ, ସାମାଜିକ କର୍ମୀ ସମାଇ ସୋରେନ, ଅଧ୍ୟାପକ ଜିତେନ୍ଦ୍ର ଡାକୁଆ, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ, ପ୍ରବୀର ଜେନା ପ୍ରମୁଖ ଯୋଗ ଦେଇ ଚାଚା ନେହରୁଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ନିଜର ସୁଚିନ୍ତିତ ବକ୍ତ୍ୟବ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନରେ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ବିଦ୍ୟାର୍ଥୀଙ୍କୁ ଅତିଥିବୃନ୍ଦ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିଶୁ ଦିବସ କାର୍ଯ୍ୟକ୍ରମ କୋଭିଡ଼ ନିୟମାନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଅଧ୍ୟାପକ ସୁନୀଲ ସାମଲ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।
ଦୀପାବଳିର ଚମକରେ ଶିଶୁ ଦିବସ ପାଳିତ
|
November 14, 2020 |