ଦିଲ୍ଲୀ ଯିବାକୁ ଅନୁମତି ନେଇ ନିଖୋଜ ହୋଇଥିବା କଶ୍ମୀରୀ ଛାତ୍ର ଆଇଏସ୍‌ରେ ଯୋଗ ଦେଲେ; ସୋସିଆଲ୍‌ ମିଡିଆରେ କଲେ ଖୁଲାସା

Spread the love

ନୂଆଦିଲ୍ଲୀ,  ୩/୧୧ (ସନ୍ଧାନ ନିଉଜ) : ଉଚ୍ଚ ଶିକ୍ଷିତ କାଶ୍ମୀରୀ ଯୁବକମାନେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (ଆଇଏସ)ରେ ଯୋଗ ଦେବା ଘଟଣା କ୍ରମଶଃ ବଢିଚାଲିଛି। ଅକ୍ଟୋବର ୨୮ ତାରିଖରେ ପୁଣି ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଏହାପରେ ସେ ଆଇଏ୍‌ରେ ମିଶିଥିବା ସୋସିଆଲ୍‌ ମିଡିଆରୁ ଜଣାପଡ଼ିଛି।

ଶାରଦା ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଆହତେ ସାମ୍‌ ବିଲାଲ୍‌ ସୋଫି ଗ୍ରେଟର ନୋଏଡାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରହୁଥିଲେ। ସେ ଅକ୍ଟୋବର ୨୮ରେ ଦିଲ୍ଲୀ ଯିବା ଲାଗି ଅନୁମତି ମାଗିଥିଲେ। ଏହାପରେ ସେ ବିଶ୍ୱବିଦ୍ୟାଳୟ ଛାତ୍ରାବାସକୁ ଫେରି ନଥିଲେ। ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ଫଳରେ ଏ ନେଇ ନୋଏଡାରେ ଏବଂ ଶ୍ରୀନଗରରୁ ଦୁଇଟି ମାମଲା ଦାୟର କରାଯାଇଥିଲା। ଏହାର ୪ ଦିନ ପରେ ସୋସିଆଲ୍‌ ମିଡିଆରେ ଉକ୍ତ ଛାତ୍ରଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ର ପତାକା ସହିତ ବନ୍ଧୁକ ହାତରେ ଥିବା ଫଟୋ ସହ ଏକ ପୋଷ୍ଟରେ ଦେଖିବାକୁ ମିଳିଥିଲା। ଏଥିସହିତ ଏକ ଅଡିଓ ମେସେଜ୍‌ ମଧ୍ୟ ପୋଷ୍ଟ ହୋଇଛି।

ଏହି ଅଡ଼ିଓ ମେସେଜ୍‌ରେ ନିଜକୁ ସୋଫି ବୋଲି ଦାବି କରି ଜଣେ ବ୍ୟକ୍ତି କହୁଛନ୍ତି କି, ସେ ଜମ୍ମୁ-କଶ୍ମୀର ରେ ନିଜର ଅପରେସନ୍‌ ଜାରି ରଖିଥିବା ସଂଗଠନ ଆଇଏସ୍‌ରେ ଯୋଗଦାନ କରିଛନ୍ତି। ଏହି ଘଟଣା ପରେ ପୁଲିସ ତଦନ୍ତ ଜାରି ରହିଛି। ସୋଫିଙ୍କ ମୋବାଇଲ୍‌ ଫୋନ୍‌ର ଶେଷ ଜମ୍ମୁକଶ୍ମୀରର ବୋଲି ଦେଖାଉଛି।

Related Posts

About The Author

Add Comment