ଦିଲ୍ଲୀ: ବରିଷ୍ଠ ମହିଳାଙ୍କୁ ବାନ୍ଧିଲେ, ୩ କୋଟି ମୂଲ୍ୟର ସୁନାଗହଣା ଲୁଟି ଫେରାର ହେଲେ ଦୁର୍ବୃତ୍ତ

Spread the love

ନୂଆଦିଲ୍ଲୀ, 01/05/2022 ( (ସନ୍ଧାନ ନିଉଜ)): ଦକ୍ଷିଣ ଦିଲ୍ଲୀର ଆନନ୍ଦ ଲୋକ ଅଞ୍ଚଳରେ ଏକ ଘରଭିତରୁ ଶନିବାର ଭୋର ସକାଳୁ ୪ ଜଣ ଦୁର୍ବୃତ୍ତବଡ଼ଧରଣର ଲୁଟ୍ କରିଛନ୍ତି । ଦୁର୍ବୃତ୍ତମାନେ ୩କୋଟି ମୂଲ୍ୟର ସୁନାଗହଣ ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ରସିରେ ବନ୍ଧାଯାଇଥିବା ୬୮ ବର୍ଷୀୟ ମହିଳା ଓ ନାତୁଣୀଙ୍କୁ ଉଦ୍ଧାର କରିଥିଲା ।

ଦକ୍ଷିଣ ଦିଲ୍ଲୀର ପୋଲିସ ଉପାୟୁକ୍ତ ବେନିତା ମେରୀ ଜୟକର କହିଛନ୍ତି ଯେ, ଅଭିଯୋଗକାରିଣୀ ରିତିକା ପୋଲିସକୁ କହିଛନ୍ତି ଯେ, ନିଜର ୫ ବର୍ଷୀୟ ନାତୁଣୀ ସହିତ ସୋଇଥିଲେ । ସେହି ସମୟରେ ଭୋର ସାଢ଼େ ୩ଟାରେ ୩୪ ଜଣ ଅଜ୍ଞାତ ଲୋକ କୋଠରୀରେ ପ୍ରବେଶ କରି ଏଠାରେ ଥିବା ଆଲମାରୀରେ କିଛି ଜିନିଷ ଖୋଜୁଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କୁ ଚୁପ ରହିବା ପାଇଁ କହିଥିଲେ । ସେମାନେ ଆଲମାରୀ ଭାଙ୍ଗିଥିଲେ ଏବଂ ଏଥିରେ ୩ରୁ ୪ କୋଟି ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ । ସୂଚନା ମିଳିପା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

Related Posts

About The Author

Add Comment