ଦିଲ୍ଲୀ ଏମ୍ସରେ ଲାଗଥିବା ନିଆଁ ନିୟନ୍ତ୍ରଣାଧିନ : ୩୭ ଦମକଳ ଗାଡ଼ି ନିୟୋଜିତ – ସମସ୍ତେ ସୁରକ୍ଷିତ

Spread the love

ନୂଆ ଦିଲ୍ଲୀ ୧୮/୦୮ (ସନ୍ଧାନ ନିଉଜ) ନୂଆ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ର ଏମରଜେନ୍ସି ୱାର୍ଡରେ ନିଆଁ ଲାଗିଛି। ଏମରଜେନ୍ସି ୱାର୍ଡର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ଫାୟାର ବ୍ରିଗେଡର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଦ୍ୱିତୀୟ ମହଲାରେ ଥିବା ଏମରଜେନ୍ସି ଲ୍ୟାବ ନିକଟରେ ଥିବା ପିସି ବ୍ଲକରେ ନିଆଁ ଲାଗିଛି।

ଏମରଜେନ୍ସି ୱାର୍ଡର ରୋଗୀମାନଙ୍କୁ ଦ୍ୱିତୀୟ ୱାର୍ଡକୁ ଶିଫ୍ଟ କରି ଦିଆଯାଇଛି। ଘଟଣା ସ୍ଥଳରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଅନ୍ୟ ଲୋକମାନଙ୍କୁ ଧୁଆଁରୁ ବଞ୍ଚାଇବା ପାଇଁ ହଟାଇ ଦିଆଯାଇଛି। ଏମରଜେନ୍ସି ୱାର୍ଡକୁ ବିଜୁଳୀ ସପ୍ଲାଇ ବନ୍ଦ କରାଯାଇଛି।

କୁହାଯାଉଛିଯେ, ନିଆଁ ଶର୍ଟ ସର୍କିଟ କାରଣରୁ ଲାଗିଛି। ନିଆଁ ଲାଗିବାର କାରଣରୁ ଏମରଜେନ୍ସି ୱାର୍ଡ ଧୁଆଁରେ ଭରିଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ ଏମ୍ସରେ ଲାଗଥିବା ନିଆଁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧିନ। ୩୭ଟି ଦମକଳ ଗାଡ଼ି ନିଆଁ ଲିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସମସ୍ତ ରୋଗୀ ଏବଂ ତାଙ୍କର ସମ୍ପର୍କୀୟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। କୌଣସି ହତାହତର ଖବର ନାହିଁ।

ସୂଚନାଯୋଗ୍ୟଯେ, ଏମ୍ସର ପିସି ବ୍ଲକରେ କୌଣସି ୱାର୍ଡ଼ ନାହିଁ। ଏଠାରେ କୌଣସି ରୋଗୀ ଚିକିତ୍ସିତ ହୁଅନ୍ତି ନାହିଁ। ଏଠାରେ କେବଳ ଲାବ, ଡାକ୍ତରଙ୍କ ରୁମ୍ ଏବଂ ପରୀକ୍ଷାଗାର ଷ୍ଟୋର ରୁମ୍ ଇତ୍ୟାଦି ଥିବାରୁ ଚିକିତ୍ସାଧିନ ରୋଗୀଙ୍କର କୌଣସି ଅସୁବିଧା ହୋଇନାହିଁ।

ସୂଚନାଯୋଗ୍ୟଯେ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ରାତିରେ ଏମ୍ସ ପହଁଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏତଦ୍ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଧ୍ୟ ଗତକାଲି ରାତିରେ ଏମ୍ସ ଯାଇ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ଗତକାଲି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏମ୍ସ ପହଁଚି ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Related Posts

About The Author

Add Comment