ଦିବ୍ୟ ବସ୍ତ୍ର ପ୍ରଦର୍ଶନ

Spread the love

ଭଦ୍ରକ: ୮/୭ (ସନ୍ଧାନ ନିୟୁଜ ) ପବିତ୍ର ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଭଦ୍ରକର ପ୍ରାଚୀନତମ ବୈଷ୍ଣବପୀଠ ସନ୍ଥନଗର ସନ୍ଥିଆ ଉସଃବମୁଖର ହୋଇଉଠିଛି. ଶ୍ରୀ ଶ୍ରୀ ରାଧା ମଦନ ମୋହନ ଜୀଉଙ୍କ ପ୍ରତିଷ୍ଠାତା ଦିବ୍ୟବାଚସ୍ପତିଜି ମହାରାଜାଙ୍କ ତିରୋଧାନ ଉସଃବ ଓ କଳିଯୁଗ ପାଵନାବତାରୀ ଶ୍ରିମନ ଚୈତନ୍ୟ ମହାପ୍ରଭୁଙ୍କ ପାଞ୍ଚସହ ବତିଶ ବର୍ଷର ସୁରକ୍ଷିତ ପବିତ୍ର ଚନ୍ଦନ ଚର୍ଚିତ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି. ବର୍ଷକୁ ଥରେ ଏହି ବସ୍ତ୍ର ପ୍ରଦର୍ଶନକୁ ଦର୍ଶନ ପାଇଁ ଦେଶ ତଥା ଦେଶ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ.କୁହାଯାଏ 1514 ମସିହା ରେ ଚୈତନ୍ୟ ମହାପ୍ରଭୁ ପୁରୀରୁ ବୃନ୍ଦାବନ ଯାତ୍ରା କରିବା ଅବସରରେ ଏହି ପୀଠରେ ପାଞ୍ଚ ଦିନ ଅବସ୍ଥାନ କରିବା ସମୟରେ ତତ୍କାଳୀନ ମହନ୍ତ ମହାରାଜାଙ୍କୁ ନିଜର ବସ୍ତ୍ର ପ୍ରଦାନ କରିଥିଲେ. ସେହି ଦିନ ଠାରୁ ହେରାପଞ୍ଚମୀ ଦିନ ପୀଠରେ ପ୍ରବଳ ବିଦେଶୀ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ. ସେହିପରି ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ବର୍ଷକୁ ଥରେ ବସ୍ତ୍ର ଦର୍ଶନ କରିବାକୁ ଏହି ପୀଠକୁ ଆସିଥାନ୍ତି. ହେଲେ ଏହି ପୀଠ ଆଜିବି ଅବହେଳିତ ହୋଇପଡିଥିବା ବେଳେ ରାଜ୍ୟ ସରକାର ତଥା ପର୍ଯ୍ୟଟନ ବିଭାଗ ଏହି ପୀଠର ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ପୀଠର ମହନ୍ତ.

Related Posts

About The Author

Add Comment