ଯାଜପୁର ସଦର ୨୩/୦୮/୨୫ (ସନ୍ଧାନ ନ୍ୟୁଜ) ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତିପୁର ଗ୍ରାମ ୧ ନମ୍ବର ୱାର୍ଡର ଦିବ୍ୟାଙ୍ଗ ବିଚିତ୍ର ସାହୁ(୫୫)ଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଯାଜପୁର ଜିଲ୍ଲା ସାଖା ବୈଶ୍ୟ ସମାଜ । ସୂଚନା ଅନୁଯାୟୀ ବିତିତ୍ର ସାହୁ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ଦୁଇ ଝିଅ,ସ୍ୱାମି,ସ୍ତ୍ରୀ ଓ ସ୍ୱାମି ପରିତ୍ୟକ୍ତା ଭଉଣୀଙ୍କ ସମେତ ୫ ପ୍ରାଣୀ କୁଟୁମ୍ବଙ୍କୁ ବହୁ କଷ୍ଠରେ ଚଳାଇଥାନ୍ତି । ହେଲେ ଗତ ଦୁଇ ବର୍ଷ ତଳେ ବନ୍ଧଡିହ ହାଟ ନିକଟରେ ଏକ ଦୃଘଟଣାରେ ତାଙ୍କର ଦୁଇ ଗୋଡ ଅଚଳ ହୋଇଯାଇଥିଲା । ଫଳରେ ବିଚିତ୍ର କୈାଣସି କାର୍ଯ୍ୟ କରିବାକୁ ସକ୍ଷମ ନଥିବା ବେଳେ ପରିବାର ଚଳାଇବା କଷ୍ଠକର ହୋଇ ପଡିଛି । ଏଭଳି ସ୍ଥିତିରେ ବଡ ଝିଅ ଅଧାରୁ ପାଠ ପଢାରେ ଡୋରି ବାନ୍ଧି ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଲେ ଏହି ସଂସ୍ଥାରୁ ଯାହା ରୋଜଗାର କରନ୍ତି ସେଥିରେ ସାନ ଝିଅର ପାଠ ପଢା ସହିତ ବାପା,ମା ଓ ପିଉସିଙ୍କୁ ଚଳାଉଥିବା କଷ୍ଠକର ହୋଇ ପଡୁଛି । ଏଭଳି ସ୍ଥିତିରେ ଏକ ବଖରା ଅଧାଗଢା କୋଠା ଘରେ ଅତି ଦୟନିୟ ଭାବେ ୫ ପ୍ରାଣୀ କୁଟୁମ୍ବ ଜୀବନ ବିତାଉଥିବା ଖବର ପାଇ ଆଜି ଯାଜପୁର ସାଖା ବୈଶ୍ୟ ସମାଜର ସଭାପତି କୈଳାସ ନାୟକଙ୍କ ନେତୃତ୍ୱରେ ସଂଘର ଅନ୍ୟ କର୍ମକର୍ତା ମାନେ ଉକ୍ତ ଅସହାୟ ପରିବାରଙ୍କ ଘରେ ପଂହଚି ଘଟଣାକୁ ଜାଣିବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରୟାସ କରିବାକୁ ପ୍ରତିଶୃତି ଦେଇଥିଲେ । ତେବେ ଉକ୍ତ ପରିବାରକୁ ରାସନକାର୍ଡରେ ଚାଉଳ ବ୍ୟତିତ ଅନ୍ୟ କିଛି ସରକାରୀ ସହାୟତା ମିଳୁ ନଥିବା ବେଳେ ଦିବ୍ୟାଙ୍ଗ ଭତା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବୈଶ୍ୟ ସମାଜ ଓ ସାଧାରଣରେ ଦାବି ହେଉଛି ।
ଦିବ୍ୟାଙ୍ଗ ପରିବାରକୁ ସହାୟତାର ହାତ ବଢାଇଲା ବୈଶ୍ୟ ସମାଜ
|
August 23, 2025 |


