ଦିବ୍ୟାଙ୍ଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବାପ ପୁଅ ଗିରଫ ହେଲେ

Spread the love

ଯାଜପୁର ସଦର, ୦୨ା୦୪: ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକକୁ ନୃଶଂସ ଭାବରେ ହତ୍ୟା କରାଯାଇ ପୋଖରୀରେ ଶବ ପକାଯାଇଥିବା ବେଳେ, କୁଆଖିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଚାଲୁଥିବା ସମୟରେ କୁଆଖିଆ ପୋଲିସ ହତ୍ୟା କରିଥିବା ଅଭିଯୋଗରେ ବାପ ଏବଂ ପୁଅକୁ କୁଆଖିଆ ଥାନା ଆଇଆଇସି ଶିବ ଚରଣ ବେହେରା ଗିରଫ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକା ଯେ, ରସୁଲପୁର ପଂଚାୟତ ରାହାମ୍ବା ପଂଚାୟତର ରାହାମ୍ବା ଗାମର ଦିବ୍ୟାଙ୍ଗ ଯୁବକ ବିକାଶ ଚନ୍ଦ୍ର ଲେଙ୍କା(୩୦)ଙ୍କୁ ବିବତ୍ସ ଭାବେରେ ହତ୍ୟା କରି ପୋଖରିରେ ଫିଙ୍ଗି ଦେଇଥିବା ଜଣାଯିବା ପରେ ହତ୍ୟାକରିଥିବା ଆସାମୀ ମାନଙ୍କୁ ହରେକୃଷ୍ଣ ବରାଳ(୬୬)ବାପା, ପିତାମ୍ବର ବରାଳ(୪୨) ବଡ଼ପୁଅ, ତପନ ବରାଳ(୩୩) ସାନପୁଅ କୁ କୁଆଖିଆ ଥାନା ଆଇଆଇସି ଶିବ ଚରଣ ବେହେରା ଗିରଫ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବୁଧବାର ରାତିରେ ଦିବ୍ୟାଙ୍ଗ ବିକାଶ ବାରଣ୍ଡାରେ ଶୋଇଥିବା ବେଳେ, ବିକାଶକୁ ଆସାମୀ ମାନେ ଗାମୁଛାରେ ବିକାଶର ତଣ୍ଟି ଚିପି ଶ୍ୱାସରୁଦ୍ଧ କରି ମାରିଦେବା ପରେ ନିକଟରେ ଥିବା କୁମ୍ଭାର ଗଡ଼ିଆରେ ପକାଇ ଦେଇ ଆସାମୀ ମାନେ ପିନ୍ଧିଥିବା ପୋଷାକକୁ ପୋଡ଼ି ଦେଇଥିବା ଅଭିଯୁକ୍ତ ମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତଦନ୍ତ ଅଧିକାରୀ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୁଆଖିଆ ଥାନା ଅଧିକାରୀ ଶ୍ରୀ ବେହେରା ପୋଡ଼ା ପୋଷାକକୁ ଜବତ କରିବା ସହିତ ପିତାମ୍ବର ବ୍ୟବହାର କରୁଥିବା ବାଇକ୍‌କୁ ଜବତ କରିଛନ୍ତି । ଗୁରୁବାର ଦିନ ସକାଳେ ବିକାଶର ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏନେଇ ବିକାଶର ଦାଦା ମିର୍ଜାପୁର ଗ୍ରାମର ନିଳମଣୀ ଲେଙ୍କା ବିକାଶକୁ ହତ୍ୟାକରାଯାଇ ଏହି ଗଡ଼ିଆରେ ପକାଇ ଦେଇଥିବା ଘଟଣାକୁ ନେଇ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କୁଆଖିଆ ଥାନା ପୋଲିସ ସାଇଣ୍ଟିଫିକ ଟିମ, ସନ୍ଧାନି କୁକୁର ସହାୟତରାରେ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପ ଓ ଦୁଇ ପୁଅକୁ ପଚରା ଉଚରା କରିବା ସହିତ ହତ୍ୟାକରିଥିବା ସେମାନେ ପୋଲିସ ଆଗରେ ମାନି ନେଇଥିଲେ । ୨୦୧୬ ମସିହା ରେ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର କେତେକ ଲୋକ ବିକାଶର ୨ ହାତକୁ ହାଣି ଦେଇଥିଲେ । ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ବାପ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯିବ ବୋଲି କୁଆଖିଆ ପୋଲିସ ପକ୍ଷରୁ ଜଣାଯାଇଚି ।

Related Posts

About The Author

Add Comment