ରାଉରକେଲା, ୦୬/୦୧/୨୧ (ସନ୍ଧାନ ନିଉଜ) : ରାଉରକେଲା ପୂଜ୍ୟପୂଜା ପରିଷଦ ଓ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ବାଲିଯୋଡ଼ି ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତି ପରିସରରେ ପୁରୁଷୋତମ ଜି ଓ ରାମନାଥ ନାୟକଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଜଂଳି ସଭା ସାମାଜିକ କର୍ମୀ ଚିତରଂଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ପୂଜ୍ୟପୂଜା ପରିଷଦର ସାଧାରଣ ସମ୍ପାଦକ ସନାତନ ସାହୁ ଶୋକ ସଭା ସଂଚାଳନ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସାଧାରଣ ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ା ଏହି ଦୁଇ ଦିବଂଗତ ବ୍ୟକ୍ତିଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ଏହି ଦୁଇ ଦିବଂଗତଙ୍କ ଅମର ଆତ୍ମାର ସଦଗତି ନିମେନ୍ତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହି ଶ୍ରଦ୍ଧାଜଂଳି ସଭାରେ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ, ମନୋରମା ନନ୍ଦ, ବିଦ୍ୟାଧର ରାଉତ, ପିତବାସ ମଲ୍ଲିକ, ହରିହର ବେହେରା, ଅଲେଖ ଚନ୍ଦ୍ର ସାହାଣୀ, ବଂଶୀଧର ଖଟୁଆ, ଚାନ୍ଦମଣି ମାଝୀ, ସୁବାଷ ଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର କୁମାର ବାରିକ, ପିତାମ୍ବର ସ୍ୱାଇଁ, କାହ୍ନୁଚରଣ ବେହେରା, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହିପରିି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀର ଅଂଚଳର ଗାୟତ୍ରୀ ଉପାସକ ସ୍ୱର୍ଗତଃ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଜାନୁଆରୀ ୫ ତାରିଖ ଜୟନ୍ତୀରେ ରାଉରକେଲା ପୂଜ୍ୟପୂଜା ପରିଷଦ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ, ସେକ୍ଟର-୨୨ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଦିବଂଗତ ଡାକ୍ତର ରାହାସ ବିହାରୀଙ୍କ ସ୍ମୃତିଚାରଣ କରାଯାଇଥିଲା । ସ୍ୱର୍ଗତଃ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ କାଳର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ମାନେ ଆଲୋକପାତ କରାଯାଇଥିଲା ।
ଦିବଂଗତ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଜୟନ୍ତୀ ଓ ଶ୍ରଦ୍ଧାଜଂଳି ସଭା
|
January 6, 2021 |



