ଦିନ ୧ଟା ଯାଏ ଚଣ୍ଡିଖୋଲ ଛକରେ ଦୋକାନ ଖୋଲିବା ପାଇଁ ନିଷ୍ପତିକୁ ବ୍ୟବସାୟୀଙ୍କ ନାପସନ୍ଦ

Spread the love

ଚଣ୍ଡିଖୋଲ, ୨୬/୦୫/୨୦ (ସନ୍ଧାନ ନିଉଜ) : ବିଶ୍ୱମହାମାରୀ କରୋନା ପାଇଁ ଲକଡାଉନ ଅବଧି ଦୀର୍ଘଦିନ ଚାଲିବା ପରେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟିଙ୍କ ପ୍ରତିଷ୍ଠାନ ଖୋଲିବା ପାଇଁ ସରକାର ନିତି ନିର୍ଦ୍ଧାରଣ କରିଛନ୍ତି । ପ୍ରତ୍ୟେକ ଦିନ ସକାଳ ୬ ଘଟିକାରୁ ଦିବା ୧ ଘଟିକା ଓ ଦିବା ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋଲାଯିବା ପାଇଂ ଘୋଷଣା କରାଯାଇଥିଲା ।ୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବାରୁ ଏହି ଛକ ଉପରେ ଅନେକ ଲୋକ ଡିପଣି କରିବା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଚଣ୍ଡିଖୋଲ ଛକ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ ସଂଘର ଅଳ୍ପକିଛି ସଦସ୍ୟଙ୍କ ନିଷ୍ପତି ଅନୁଯାୟୀ ଗୋଟିଏ ଓଳି ଖୋଲିବା ପାଇଁ ବଜାରରେ ପ୍ରଚାର କରାଯାଇଥିଲା । ଅଳ୍ପ ସମୟ ଦୋକାନ ଖୋଲିବା ଫଳରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ବ୍ୟବସାୟୀ ମାନେ ସାମାଜିକ ଦୂରତାକୁ ମାନିବାକୁ ବିଫଳ ହେଉଛନ୍ତି । ଯଦି ସଂପୂର୍ଣ୍ଣ ଦିନ ଅଥବା ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଦୋକାନ ଗୁଡାକ ଖୋଲାଯାନ୍ତା ସମାଜିକ ଦୂରତା ବଜାୟ ରହିବା ସହ ବ୍ୟବସାୟୀ ଓ ଗ୍ରାହକ ମାନେ ଉପକୃତ ହୋଇପାରନ୍ତେ । ଏ ନିଷ୍ପତିକୁ ପୁର୍ନବିଚାର କରିବାପାଇଁ ଅନେକ ବ୍ୟବସାୟୀ ମତଦେବା ସହ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରିଛନ୍ତି ।

Related Posts

About The Author

Add Comment