ସୁନ୍ଦରଗଡ ତା:22-07-2025ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆସିଗଲା ବର୍ଷା ଦିନ ଚାଷୀ ଆରମ୍ଭ କରିଲେ ବର୍ଷାଟିଆ ଚାଷ l ଏ ବର୍ଷ ଆଗରୁ ବର୍ଷା ଆସିବା ଯୋଗୁଁ ଅତ୍ୟଧିକ ଚାଷୀ ଧାନ ତଳି (ଫଲ୍ହା )କରିଛନ୍ତି l ଫଲ୍ହା ରୁଆ କରିବା ପାଇଁ ଚାଷୀ ଦିନ ମଜୁରିଆ ମାନଙ୍କ ଦ୍ୱାରା କାମ କରାନ୍ତି କିନ୍ତୁ ଚାଷୀ ଦିନ ମଜୁରିଆ ଙ୍କୁ କମ ମଜୁରୀ ଦେଇ ଅଧିକ କାମ ନେବାରେ ଲାଗିଥିବା ଦେଖିବାକୁ ମିଳିଛି l ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା, ତୁମଳିଆ, ସାପ ଡଗର, ବାଲିଶଙ୍କରା, ଶାଗ ବାହାଲ, ବନ ଡେଗା ଇତ୍ୟାଦି ଗାଁ ମାନଙ୍କରେ ଚାଷ କାମ ରେ ଦିନ ମଜୁରିଆ ଙ୍କୁ ଚାଷୀ ଅଧିକ କାମ କରାଇ କାମ ମୂଲ୍ୟ ଦେଉଥିବା ଜନ ସାଧାରଣ ପ୍ରକାଶ କରିଥିବା ଜାଣିବାକୁ ମିଳିଛି l ବର୍ଷକ ରେ ଠାରେ ବର୍ଷାଟିଆ ଚାଷ ହୋଇଥାଏ l ସମସ୍ତେ ନିଜ ନିଜ ଅଞ୍ଚଳ ରେ କାହାରି ମୁଲିଆ କାମ ଟିଏ ମିଳିଲେ କାମ କରି ନିଜର ପରିବାର ପ୍ରତିପୋଷଣ କରିବା ଆଶା ରଖିଥାନ୍ତି l କିନ୍ତୁ ଚାଷୀ ଏପରି ଦିନ ମଜୁରିଆ ଙ୍କ ଠାରୁ ତାର ଫାଇଦା ଉଠାଇ ଥାନ୍ତି l କେଉଁଠି 130ରେ କାମ କରାନ୍ତି ତ କେଉଁଠି 150ଟଙ୍କା ରେ, କେଉଁଠି 200ଟଙ୍କା ରେ କରାନ୍ତି ତ କେଉଁଠି 180ଟଙ୍କା ରେ କାମ କରାଇ ଥାନ୍ତି l କାହିଁକି ଏପରି କାମ ଅଧିକ କରାଇ କମ ମୂଲ୍ୟ ଦିଅନ୍ତି ତାହା ଏକ ପ୍ରଶ୍ନବାଚି ଘେରରେ l
ଦିନ ମଜୁରିଆ ଙ୍କୁ ଶୋଷଣ କରିବାରେ ଲାଗିଛି ଚାଷୀ I
|
July 22, 2025 |



