ପୁରୀ , ୧୫/୧୦ (ସନ୍ଧାନ ନିୟୁଜ) ଆଜି ଶଙ୍ଖକ୍ଷେତ୍ର ପୁରୀ ଗହଳି ଥିବା ବେଳେ ଦିନ ଦ୍ୱିପ୍ରହରରେ ଫିଲ୍ମ ଷ୍ଟାଇଲରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଛି । ନିଜକୁ ନକଲି ପୋଲିସର ପରିଚୟ ଦେଇ ୨ଜଣ ଦୁର୍ବୁତ୍ତ ମହିଳାଙ୍କଠାରୁ ସମସ୍ତ ସୁନାଗହଣା ଲୁଟିନେଇ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଆଜି ସକାଳେ ପୁରୀ ସଦରଥାନା ଅନ୍ତର୍ଗତ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ମା’ ଓ ଝିଅ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ପଛପଟୁ ୨ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ମହିଳା ଜଣଙ୍କୁ ଅଟକାଇଥିଲେ । ପରେ ତାଙ୍କୁ ନିଜକୁ ପୋଲିସ ବୋଲି ପରିଚୟ ଦେବା ସହ ସୁନାଗହଣା ପିନ୍ଧି ରାସ୍ତାରେ ଚାଲି ଚାଲି ନଯିବାକୁ ବାରଣ କରିବା ସହ ଗହଣାତକ ଖୋଲି ଏକ କାଗଜରେ ଗୁଡାଇବାକୁ କହିଥିଲେ । ପରେ ଦୁର୍ବୁତ୍ତଙ୍କ କହିବା ଅନୁସାରେ ମହିଳା ଜଣଙ୍କ ପିନ୍ଧିଥିବା ସମସ୍ତ ସୁନାଗହଣା ଖୋଲି ଏକ କାଗଜରେ ଗୁଡାଇଥିଲେ । ହେଲେ ଦୁର୍ବୁତ୍ତମାନେ ମହିଳାଙ୍କୁ ଗହଣା ଏମିତି ରଖାଯାଏନି କହି ନିଜ ହାତକୁ ଗହଣା ପୁଡିଆଟିକୁ ନେଇ ଆଖି ପିଛୁଳାକେ ଆଉ ଏକ ପୁଡିଆ ମହିଳା ଜଣଙ୍କୁ ଧରାଇ ଦେଇ ଫେରାର ହୋଇଯାଇଥିଲେ । ଘରକୁ ଫେରି ଦେଖନ୍ତି ସମ୍ପୃକ୍ତ ମହିଳା ଜଣଙ୍କ କାଗଜ ପୁଡିଆଟିକୁ ଖୋଲି ଦେଖିବା ବେଳକୁ ସେଥିରେ କୌଣସି ସୁନାଗହଣା ନଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଚମକି ପଡିଲେ lଏ ସମ୍ପର୍କରେ ସେ ଟାଉନଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣାପଡିଛି । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ l