ଜେନାପୁର/୨୫/୧୨/ସନ୍ଧାନ ନିଉଜ/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରେଖିଦେଇପୂର ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ରେଖିଦେଇପୁର ଠାରେ (୫୦)ତମ୍ ସୁବର୍ଣ୍ଣ ଜୟନ୍ତୀ ସମାରୋହ ବହୁ ଧୁମ୍ ଧାମ୍ ରେ ପାଳିତ ହେଉଛି। ଗତ ୨୪ ତାରିଖ ପୂର୍ବାହ୍ନରେ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଇଂ ଶବ୍ୟସାଚି ମହାପାତ୍ର, ଅଧକ୍ଷ ଅଶୋକ ଦାସ ଫାଉଣ୍ଡସନ, ସମ୍ନାନିତ ଅଥିତି ଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ପ୍ରଣଵ କୁମାର ବଳବନ୍ତରାୟ, ବିଧାୟକ ଧର୍ମଶାଳା, ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡ଼ଇ , ଗ୍ରାମ ଉନ୍ନୟନ ମନ୍ତ୍ରୀ,ଶ୍ରୀଯୁକ୍ତ ଭଗବାନ ଦାସ ବନସଲ୍, ସଭାପତି ଜିନ୍ଦଲ ଷ୍ଟିଲ, କଳିଙ୍ଗ ନଗର, ପଦ୍ମଶ୍ରୀ ଡ, ଜିତେନ୍ଦ୍ର ହରିପାଲ ସମ୍ବଲପୁରୀ ସଙ୍ଗୀତଜ୍ଞ, ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, ଯାଜପୁର, ଶ୍ରୀଯୁକ୍ତ ସାଗର ଦାସ, ତହସିଲ ଦାର ଧର୍ମଶାଳା, ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ବଳ-ଗୋଷ୍ଟି ଉନ୍ନୟନ ଅଧିକାରୀ ଧର୍ମଶାଳା, ମୁଖ୍ୟ ବକ୍ତା, ଡ, ବିଜୟ ଲକ୍ଷ୍ମୀ ଦାସ, ଆସୋସିଏଟ୍ ପ୍ରଫେସର, ଓଡ଼ିଶା ଭାଷା ସାହିତ୍ୟ ବିଭାଗ, ରେଭେନ୍ସା ବିଦ୍ୟାଳୟ , ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଡ, ହଳଧର ନାଗ, ଲୋକକବି, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଡ, କୁମରବର ଦାସ, ପୁର୍ବତନ କୁଳପତି ଫକିର ମୋହନ ବିଶ୍ବିଦ୍ୟାଳୟର, ସଭାପତିତ୍ବ କରିଥିଲେ, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଶ୍ରୀଯୁକ୍ତ ଲଛମନ ବାରିକ୍, ସଭାରେ ସହାୟତା କରିଥିଲେ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମଲ୍ଲ, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଅଜୟ କୁମାର ପରିଡ଼ା,ଯୁଗ୍ମ ସମ୍ପାଦକ ବସନ୍ତ କୁମାର ଦାସ, ଇନ୍ଦ୍ରଜିତ ରାଉତ, ଅରୁଣ ରାଉତ୍, ଏହି ସଭାରେ ୧୫ ଜଣ ପୁରାତନ ଶିକ୍ଷକ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା, ସଭାକୁ ସଞ୍ଚାଳନ କରିଥିଲେ ଉପସଭାପତି ନାରାୟଣ ପରିଡ଼ା, ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରତ୍ୟେଦିନ ଦର୍ଷକ ମାନଙ୍କ ଲାଗି ଓଡ଼ିଶାର ବଛା ବଛା ଆଗଧାଡିର କଣ୍ଠଶିଳ୍ପୀ ଓ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ବିଭିନ୍ ନୃତ୍ୟ ନାଟିକା ପରିବେଷଣ କରାଯାଉଛି। ଆସନ୍ତା କାଲି ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହୁମାନ୍ ଶାଗର ସଙ୍ଗୀତ ପରିବେଷଣ କରିବାକୁ ଯାଉଛନ୍ତି, ବହୁ ସଂଖ୍ୟାରେ ଦର୍ଷକ ମାନେ ଉପସ୍ଥିତ ରହି ସମାରୋହକୁ ମନଭରି ଉପଭୋଗ କରିବାକୁ ବିଦ୍ୟାଳୟରେ ପୁରାତନ ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଛନ୍ତି,।
ଦିତୀୟ ଦିନରେ ରେଖୀଦେଇପୁର ପଞ୍ଚାୟତ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ
|
December 26, 2022 |



