ଦାରିଙ୍ଗବାଡି ବ୍ଲକର ୧୩ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଭରଚ୍ୟୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

Spread the love
ବାଲିଗୁଡା,୨୯/୦୧/୨୪:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟର ବିଭିନ୍ନ ଜିଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାକି ରହିଥିବା ୧୩ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚ୍ୟୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବ୍ଲକର ସରୋଜିନୀ ନାଇ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ। ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସୂଚନା ଅନୁଯାୟୀ, ବ୍ଲକର ବାଡାବାଙ୍ଗା ପଞ୍ଚାୟତ କଟାସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମେତ ବ୍ରାହ୍ମଣୀଗାଁର ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡି ଲାଲ ବାହାଦୁର ବିଦ୍ୟାପୀଠ, ଦାସିଙ୍ଗବାଡି ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଧୂସରିଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ, ଗ୍ରୀନବାଡି ସରୋଜିନୀ ନାଇ ବାଳିକା ଉଚ୍ଚ ବିଦ୍ୟାଳୟ, ମିଞ୍ଜାପାଙ୍କା, କଟାବାଡି, ସୁଜାମାଜୁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସହ ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତାଜୁଙ୍ଗିଆ ଆଇଜକ ବେହେରା ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଝିଞ୍ଜିରୀଗୁଡା ପଞ୍ଚାୟତ ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ ହୋଇଯାଇଛି।ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ରଙ୍କ ନେତୃତ୍ୱରେ କନିଷ୍ଠ ଯନ୍ତ୍ରୀ ତୁଷାର ସେଠୀ, ଧିରେନ ସେଠୀ, ଗୋପୀନାଥ ପଲାଇ, ସୁଜିତ ସେଠୀ, ସୁଶାନ୍ତ ପ୍ରଧାନ, ମନୋଜ ପୃଷ୍ଟି ପ୍ରମୁଖ ଏହି ରୂପାନ୍ତରଣ କାର୍ଯ୍ୟ ସମ୍ପାଦନା କରିଛନ୍ତି।

Related Posts

About The Author

Add Comment