ଆନନ୍ଦପୁର, 11.02.2021 (ସନ୍ଧାନ ନିଉଜ୍) :- ଦାନନ ଖଟିବାକୁ ଯାଉଥିବା ୪ ଶିଶୁଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରାଯାଇଛି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ତରୁଆଁ ପଞ୍ଚାୟତ ଅଞ୍ଚଳରୁ ଏକ ବସ୍ ଯୋଗେ ତାମିଲନାଡୁ ଦାଦନ ଖଟିବାକୁ ଯାଉଥିବା ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାମିଲନାଡୁ ଅଭିମୁଖେ ବାହାରିଥିବା ବସରେ ୪୪ଜଣ ଶ୍ରମିକଙ୍କ ମଧ୍ୟରୁ କେତେକ ଶିଶୁଶ୍ରମିକ ଥିବା ଖବର ପାଇ ରାମଚନ୍ଦ୍ରପୁର ପୋଲିସ୍ ସେମାନଙ୍କୁ ଅଟକ ରଖିଥିଲା। ଖବର ଦେବାରୁ ଜିଲ୍ଲା ଶ୍ରମ ଅଧିକାରୀ ପହଁଞ୍ଚି ଯାଞ୍ଚ କରିବା ପରେ ୪ଜଣ ଶିଶୁ ଶ୍ରମିକ ଥିବା ଜଣା ପଡିଥିଲା। ସ୍ଥାମିୟ ଚାଇଲ୍ଡଲାଇନ୍ ସଦସ୍ୟଙ୍କ ସହାୟତାରେ ସେମାନଙ୍କୁ ଘରକୁ ପଠାଯାଇଥିବା କହିଛନ୍ତି ଶ୍ରମ ଅଧିକାରୀ।



