ଦାଦନ ଖଟିବାକୁ ଯାଇ ଅକର୍ମଣ୍ୟ

Spread the love

ରାଇରଙ୍ଗପୁର, 30/10 (ସନ୍ଧାନ ନ୍ୟୁଜ୍) ;-  ଦାଦନ ଖଟିବାକୁ ଝାଡ଼ଖଣ୍ଡ ଜାମସେଦପୁର ଯାଇଥିଲେ । ସେଠାରେ ଶ୍ରମିକ ଭାବେ କାମ କରିବା ସମୟରେ ତାଜା ଖସି ପଡ଼ି ବାରୁ ଅଳ୍ପକେ ବଞ୍ଚି ଗଲେ ତିଲକା ମାଣ୍ଡି । ହେଲେ ସିଲିଂ(ତାଜା) ମାଡ଼ି ବସି ବା ଯୋଗୁଁ ଦୁଇ ଜଙ୍ଘ ଭାଙ୍ଗି ଯାଇଥିବାରୁ ସବୁଦିନ ପାଇଁ ଅକର୍ମଣ୍ୟ ପାଲଟିଗଲେ । ମୂଲ ମଜୁରି ଲାଗି ୪ ପ୍ରାଣୀ କୁଟୁମ୍ବ ପୋଷୁ ଥିବା ତିଲ କା ଏବେ ବେରୋଜଗାରିଆ। ଅନ୍ୟପଟେ ପରିବାର ପୋଷିବା ପାଇଁ ତିଲ କାକ ପତ୍ନୀ ବଜାର ଯାଇ ଶ୍ରମିକ ଭାବେ କାମ କରୁଛନ୍ତି । ଯାହା ରୋଜଗାର କରୁଛନ୍ତି ସେଇଥି ରେ ଯେନତେନ ପ୍ରକାରେ ପରିବାର ଚଳାଇ ନେଉଛନ୍ତି । ହେଲେ ଅକର୍ମଣ୍ୟ ତିଲ୍ କାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ଏହି ଗରିବ ପରିବାର ପାଇଁ ସମ୍ଭବ ହୋଇପାରୁ ନାହିଁ । ସରକାର ଗରିବଙ୍କ ପାଇଁ ବହୁ ଯୋଜନା କରିଥିବା ବେଳେ ସେହି ଯୋଜନାରୁ ସହାୟତା ଯୋଗାଇ ଦେଲେ ସ୍ଵାମୀଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ତିଲକାଙ୍କ ପତ୍ନୀ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତ ମୁର୍ଗାଘୁ ଟୁ ଗାଁରେ ତିଲ୍ କା ମାଣ୍ଡି ଙ୍କ ଘର । ପରିବାର ପୋଷିବା ପାଇଁ ସେ ମୂଲ ଲାଗନ୍ତି । ଅନେକ ସମୟରେ ଜାମସେଦପୁର ଟାଟା ବଜାରରେ କାମ କରନ୍ତି । ୨୦୧୯ ମସିହା ଜୁଲାଇ ୨୩ରେ ଘରକୁ ଫେରିବା ସମୟରେ ହଠାତ୍ ନିର୍ମାଣାଧୀନ ଘରର କଂକ୍ରିଟ୍ ସି ଲି ତି ଲ କାଙ୍କ ଉପରେ ମାଡ଼ି ବସି ଲା । ସେ ବଞ୍ଚି ଗଲେ ସି ନା, ସିଲିଂ ମାଡ଼ି ବସିବାରୁ ଜଙ୍ଘ ଦୁଇଟା ତାଙ୍କର ଭାଙ୍ଗିଗଲା । ଭାଙ୍ଗି ପଡ଼ିଲେ ତିକା । ସ୍ଥାନୀୟ ସାଥ ଶ୍ରମିକମାନେ ତାଙ୍କୁ କଂକ୍ରିଟ୍ ତାଜା ତଳୁ ଉଦ୍ଧାର କରି ପ୍ରଥମେ ଟାଟା ଟିଏମ୍ ଏଚ୍ ହସ୍ପିଟାଲ୍ ନେଇଥିଲେ । ୨୪ ଘଣ୍ଟା ପରେ ସେଠାରୁ ତାଙ୍କୁ ମୁ ଗାଁଘୁ ଟୁ ଅଣା ଯାଇଥିଲା । ତିଲକାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ବୋଲି ଡାକ୍ତର କହି ବା ପରେ ଏହି ଗରିବ ପରିବାର ଉପରେ ଚଡ଼ କ ପଡ଼ି ଗ ଲା । ଅର୍ଥ ଯୋଗାଡ଼ ରେ ଏକ ବର୍ଷ ବିତିଗଲା, କିନ୍ତୁ ସମ୍ଭବ ହୋଇପାରିଲାନି । ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହୋଇ ଯନ୍ତ୍ରଣାମୟ ଜୀବନ ବିତାଉଛନ୍ତି ତିଲ୍କା । ଏହି ପରିବାରକୁ କେବଳ ସରକାରୀ ଯୋଜନାରେ ୨୦ କେଜି ଚାଉଳ ମିଳୁଛି । ମୂଲ ଲାଗି ଚଳୁଥିବା ଏହି ପରି ବାର ଛଣ ନଡ଼ା ଘର ତର୍ ପୋଲି ନ ଟାଣି ରହୁଛନ୍ତି । ସରକାରଙ୍କ ଯୋଜନାରେ ଆବାସଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । କରୋନା ବେଳେ ଠିକରେ କାମ ମିଳୁନି । ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଏପରି ସ୍ଥିତିରେ ଏହି ଗରିବ ପରିବାରକୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment