ଦଶରଥପୁର -ମଙ୍ଗଳପୁର ଅଞ୍ଚଳରେ ଗ୍ୟାସ ସଙ୍କଟ

ହିତାଧିକାରୀଙ୍କ ଅଜଣାତରେ ଗ୍ୟାସ ଉଠାଣ ଅଭିଯୋଗ
ଚୋରାରେ ଗ୍ୟାସ ଉଠାଣ ଓ ବିକ୍ରିରେ ଡିଲର ମାନେ ସମ୍ପୃକ୍ତ ଥିବା ଅଭିଯୋଗ
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଅଞ୍ଚଳବାସୀ
ଯାଜପୁର ସଦର, ୯/୪/୨୬ (ସନ୍ଧାନ ନ୍ୟୁଜ ) : ଯୁଦ୍ଧ ପରିସ୍ଥିତିକୁ ନେଇ ଦେଶରେ ଜାଳେଣି ଗ୍ୟାସର ଅଭାବ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ଗ୍ୟାସର ଅଭାବ ନାହିଁ ଏବଂ ରାଜ୍ୟରେ ପ୍ରଚୁର ପରିମାଣରେ ଗ୍ୟାସ ମହଜୁଦ ଅଛି ବୋଲି ବାହାସ୍ପଟା ମାରୁଛନ୍ତି ବୋଲି ଏବେ ଜନସାଧାରଣରେ ଅଭିଯୋଗ ହୋଇଛି | ଏପରି ସ୍ଥଳେ ଦଶରଥପୁର – ମଙ୍ଗଳପୁର ଅଞ୍ଚଳରେ ଗ୍ୟାସ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବା ପାଇଁ ମିଳିଛି | ଅଭିଯୋଗ ଅନୁଯାଇ ଗରିବ ଜନସାଧାରଣ ମାନଙ୍କୁ ସରକାର ସବସିଡି ଜରିଆରେ କମ ଦାମରେ ରାସନ କାର୍ଡ ମାଧ୍ୟମରେ ଉଜାଲା ଗ୍ୟାସ ଯୋଗେଇ ଦେଇଥିବା ବେଳେ ଅଧିକାଂଶ ଗରିବ ଶ୍ରେଣୀର ଲୋକ ମାନେ ମଧ୍ୟ ଏହାର ସୁବିଧା ନେବାରୁ ବଞ୍ଚିତ ହେଉଥିଲେ | ସବସିଡି ମାଧ୍ୟମରେ ଜଣେ ହିତାଧିକାରୀଙ୍କୁ ବର୍ଷକୁ ପ୍ରାୟ ୧୨ ଟି ଗ୍ୟାସ ଯୋଗେଇ ଦେଉଥିବା ବେଳେ ଅନେକ ହିତାଧିକାରୀ ବର୍ଷକୁ ୩-୪ ଟି ଗ୍ୟାସ ନେବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନଥିଲା | ଅନେକ ସ୍ଥାନରେ ଡିଲର ମାନେ ଏହାର ସୁଯୋଗରେ ହିତାଧିକାରୀ ମାନଙ୍କ କଞ୍ଜୁମର ନମ୍ବରରେ ଅନଲାଇନ ମାଧ୍ୟମରେ ଗ୍ୟାସ ବୁକିଂ କରି ଅଧିକ ଦାମରେ କଳା ବଜାରରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାଇ କଞ୍ଜୁମର ମାନଙ୍କ ନମ୍ବରକୁ ଓଟିପି ଯାଇନଥିବା ବେଳେ ଗ୍ୟାସ ବିତରଣ ଏଜେନ୍ସି ମାନେ ଚତୁରତାର ସହ ଅନ୍ୟ ଏକ ମୋବାଇଲ ନମ୍ବରକୁ ଓଟିପି ପଠାଇ କଂଜୁମରଙ୍କ ଖାତାରୁ ଗ୍ୟାସ ଉଠାଇ ଚୋରାରେ ବିକ୍ରି କରିଥିବା ନେଇ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି | ବର୍ତ୍ତମାନ ଜଣେ କଞ୍ଜୁମର ଥରେ ଗ୍ୟାସ ବୁକିଂ କରିବାର ୪୫ ଦିନ ପରେ ପୁଣି ଥରେ ବୁକିଂ କରିବାର ନିୟମ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ଗ୍ୟାସ ସଙ୍କଟ ଦେଖା ଦେଇଛି |ଏପରି ସ୍ଥଳେ ଅନେକ ହିତାଧିକାରୀ ଗ୍ୟାସ ନେବା ପାଇଁ ନିଜ ମୋବାଇଲରେ ବୁକିଂ କରୁଥିବା ବେଳେ ସେମାନଙ୍କର ବୁକିଂ ହେଉନଥିବା ବେଳେ ହିତାଧିକାରୀ ମାନେ ନିଜର ବହି ନେଇ ଗ୍ୟାସ ଅଫିସକୁ ଯିବା ପରେ ସେମାନଙ୍କ ଖାତାରୁ ତାଙ୍କ ଅଜଣାତରେ ଗ୍ୟାସ ଉଠାଯାଇଥିବା ଜାଣିବା ପାଇଁ ପାଉଛନ୍ତି |ଯାହାକୁ ନେଇ ଏବେ ଉପୋଭୋକ୍ତା ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଗ୍ୟାସ ବିତରଣ କମ୍ପାନୀ ପକ୍ଷରୁ ହୋଇଥିବା ଅନିୟମିତତାର ତଦନ୍ତ କରି ଯୋଗାଣ ବିଭାଗ ଓ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି |
Related Posts
About The Author