ବରଗଡ଼/ସନ୍ଧାନ ନ୍ୟୁଜ: ଅସହ୍ୟ ଗରମ ଯୋଗୁଁ ରାତିରେ ଘରେ ଶୋଇ ହେଉନି । ତେଣୁ ପୂରା ପରିବାର ଘର ବାହାରେ ଶୋଇଥିଲେ । ହେଲେ ସେମାନେ ଜାଣି ନଥିଲେ ଏହି ରାତି ଥିଲା ସେମାନଙ୍କ ପାଇଁ କାଳ ରାତି । ତିନିଟି ହାତୀ ଜମଦୂତ ପରି ଆସିଲେ ଓ ଚାହୁଁ ଚାହୁଁ ପୂରା ପରିବାରକୁ ପାଦତଳେ ଦଳି ଛାରଖାର କରିଦେଲେ । ଆମେ କହୁଛୁ ବରଗଡ଼ ଜିଲ୍ଲା ପାଇକମାଲ ରେଞ୍ଜ ସଲଡିହି ଗାଁର କଥା । ଖାତ୍ୟ ଅନ୍ବେଷଣରେ ଗାଁରେ ପଶିଥିବା ହାତୀ ପଲ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ସିଲଡିହି ଗାଁର ବିପିନ ବରିହାଙ୍କ ପରିବାର ସହ ଏମିତି ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବିପିନଙ୍କ ପତ୍ନୀ ପାନ, ୧୦ ବର୍ଷୀୟା ଝିଅ ସୁନନ୍ଦା ଓ ୩ ବର୍ଷର ପୁଅ ଆଦିତ୍ୟ । ହାତୀ ଆକ୍ରମଣରେ ବିପିନ, ତାଙ୍କ ୭ ବର୍ଷର ପୁଅ ମଣ୍ଟୁ ଏବଂ ବୃଦ୍ଧ ପିତା ଜଟିଆ ଗୁରୁତର ହୋଇଛନ୍ତି ।ଅସହ୍ୟ ଗରମ ହେତୁ ବିପିନ ଓ ତାଙ୍କ ପରିବାର ଗତ ରାତିରେ ଘର ପଛପଟେ ଶୋଇଥିଲେ । ଉକ୍ତ ସମୟରେ ୩ଟି ହାତୀ ଗୋଠଛଡା ହୋଇ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଥିଲେ । ରାତିର ଅନ୍ଧକାରରେ ସେମାନେ ସମସ୍ତଙ୍କୁ ପାଦରେ ଦଳି ଦେଇଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ୍ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇ ନ ଥିବା ଅଭିଯୋଗ ହୋଇଛି ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍