ଦନ୍ତା ହାତୀ ଉପଦ୍ରବ ପାଇଁ ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ

Spread the love

ଢ଼େଙ୍କାନାଳ, 11.02.2021 (ସନ୍ଧାନ ନିଉଜ୍) :- ଢେଙ୍କାନାଳ ସହରରେ ପଶିଲା ନରହନ୍ତା ଦନ୍ତା । ଆଉ ଏହି ଦନ୍ତା ହାତୀ ଗତ ତିନି ଦିନ ଧରି ଜାରି ରଖିଛି ଉପଦ୍ରବ। ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି। ସନ୍ଧ୍ୟା ହେଲେ ଏକ ପ୍ରକାର ହାତୀ ଭୟରେ ଘର ତାଟି କବାଟ ପଡିଯାଉଛି। ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ। ଏହି ଦନ୍ତା ହାତୀ ଗତ ତିନି ଦିନ ଧରି ଶ୍ୟାମଚରଣପୁରରେ ପଶି ଆତଙ୍କ ସୃଷ୍ଟି କରିଛି। ଏପରି କି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର ପାଚେରୀ ଭାଙ୍ଗି କଦଳୀ ଗଛ ଓ ବାଡ଼ି ବଗିଚା ଉଜାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏହି ଦନ୍ତା ହାତୀ ଗତ କିଛି ଦିନ ମଧ୍ୟରେ ଗହମ ଖୁଣ୍ଟି ଓ ସଦର ବନାଞ୍ଚଳରେ ତିନି ଚାରିଜଣଙ୍କୁ ମାରିଥିବା ଜଣାପଡିଛି । ଏପରି ସ୍ଥଳେ ହାତୀଟି ପାଖ ବୋରାପଦା ଜଙ୍ଗଲରେ ରହିଥିବାରୁ ଏହି ଶ୍ୟାମଚରଣପୁର ବାସୀ ଆତଙ୍କିତ ହୋଇପଡିଛନ୍ତି। ତୁରନ୍ତ ଏହି ନରହନ୍ତା ଦନ୍ତାକୁ ଆୟତ୍ତ କରି ଏହି ଅଞ୍ଚଳରୁ ସ୍ଥାନାନ୍ତରିତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Related Posts

About The Author

Add Comment