ସୁନ୍ଦରଗଡ ତା:୩୦/୮/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ବାଲିସଙ୍କରା ବ୍ଲକ ଅନ୍ତରଗତ ଗ୍ରାମରେ ଜଣେ ବଂଜାରା ମହିଳାର ମୃତ୍ୟୁ ଘଟିଛି । ମହିଳା ଜଣକ ଛତିଶଗଡ଼ର ବିଷ୍ଣୁପୁର ଗ୍ରାମର ବୋଲି ସୁତ୍ରରୁ ଜଣାପଡିଛି । ମୃତକ ମହିଳାଙ୍କ ନାମ ତିବ୍ବତ ବାଇ ଓ
ସେ ଛତିଶଗଡ ରାଜ୍ୟର ସିତପୁର ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ବୋଲି ବନ ବିଭାଗ ତାଙ୍କର ତଦନ୍ତରେ କହିଛନ୍ତି । ଏହି ମହିଳା ଓ ତାଙ୍କ ସହିତ ଆଉ କେତେକ ମହିଳା ଘୋଘର ସ୍ଥିତ କେନ୍ଦୁପତ୍ର ଘର ବାରଣ୍ଡାରେ ଶୋଇଥିଲେ । ସମସ୍ତେ ମଦପିଇ ମାତାଲ ଅବସ୍ଥାରେ ଥିବାବେଳେ ମହିଳା ଜଣକ ଦନ୍ତାହାତୀକୁ ଦେଖି ଚିତ୍କାରକରିବାରୁ ଦନ୍ତା ତାକୁ କଚାଡି ମାରିବା ସହ ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲା । ଘଟଣାଟି ଭୋର ୪ଟା ସମୟରେ ଘଟିଥିବା ସୁତ୍ରରୁ ଜଣାପଡିଛି । ଘଟଣାର ଖବର ପାଇ ସଦର ରେଞ୍ଜ ଅଫିସର ବିଜୟ କୁମାର ପ୍ରଧାନ,ରାଉଳଡେଗା ଅଫିସର ମିତ୍ରଭାନୁ ପଟେଲ,ଫରେଟ ଗାଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବତୀର ମୃତ୍ୟୁ, ବନବିଭାଗର ତଦନ୍ତ ଜାରି
|
August 30, 2021 |
