ଯାଜପୁର ସଦର, ୧୪/୦୭ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ସ୍ୱାଇଁଖଣ୍ଡ ପଂଚାୟତର ଯଁଅପଡ଼ା ଗ୍ରାମର ଦଧିବାମନ ଜୀଉଙ୍କ ସୁନାବେଶ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିବା ବେଳେ, ବିଜୁ ଜନତା ଦଳର ଯୁବନେତା ବିଶ୍ୱରଂଜନ ମିଲି ଯୋଗଦାନ କରିଥିଲେ । ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡ଼ି ଯୋଗଦେଇ ମହାପ୍ରଭୂଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଦଧିବାମନ ଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଟିତ କରାଯାଇଥିଲା । ଦଧିବାମନ ଜୀଉ କମିଟି ସଂପାଦକ ପର୍ଶୁରାମ ଦାଶଙ୍କ ତତ୍ୱାବଧାନରେ ବାହୁଡ଼ା ଯାତ୍ରା ଅନୁଷ୍ଟିତ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷିରେ ଦଧିବାମନ ଜୀଉଙ୍କ ବଡ଼ସିଂହାର ବେଶ କରାଯାଇ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଟିତ କରାଯାଇଥିଲା । ଯଁଅପଡ଼ା ଗ୍ରାମର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ବାହୁଡ଼ା ଯାତ୍ରା ଅନୁଷ୍ଟିତ ହୋଇଥିବା ବେଳେ, ଦଧିବାମନ ଜୀଉଙ୍କ ପୂଜକ ମଦନ ମୋହନ ଦାଶ ଏବଂ ତାଙ୍କ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ଥାନା ଆଇଆଇସି ମନିଜ କୁମାର ସ୍ୱାଇଁ ଏବଂ ବରୀ ପୋଲିସ ସହିତ ସୁନାବେଶ କରାଯାଉଥିବା ବେଳେ, ଏହା ଉପରେ ତିକ୍ଷ୍ଣ ନଜର ଆଇଆଇସି ସ୍ୱାଇଁ ନଜର ରଖିଥିଲେ । ଏହି ଅବସରରେ ଭୁବନେଶ୍ୱର ସଙ୍ଗୀତ କଳାପରିଷଦ ପକ୍ଷରୁ ଭଜନ ସଂଧ୍ୟା ପରବେଶଣ କରାଯାଇଥିଲା । ବିଶିଷ୍ଠ ଗାୟକଙ୍କ କଣ୍ଠରେ ଜଗନ୍ନାଥଙ୍କ ଭଜନ ପରିବେଶଣ ହୋଇଥିବା ବେଳେ, ଗାୟୀକା ମିନତୀ ପାତ୍ରଙ୍କ କଣ୍ଠରେ ଭଜନ ସଂଧ୍ୟା ଉଚ୍ଚ କୋଟିର ହୋଇଥିଲା । ଗାୟକ ସରୋଜଙ୍କ କଣ୍ଠରୁ ଜଗନ୍ନାଥଙ୍କ ଭଜନ ଦର୍ଶକ ମାନଙ୍କ ମନକୁ ବାନ୍ଧି ରଖିଥିଲା । ଭୁବନେଶ୍ୱର ସଂଙ୍ଗୀତ କଳାପରିଷଦର କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ଭଜନ ପରିବେଶଣ କରାଯାଇଥିଲା । ସୁନାବେଶକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ବରୀ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟବସ୍ଥା କରାଯାଇଥିଲା । କୋଭିଡ଼ କଟକଣା ଆଗରୁ ରହିଥିବା ବେଳେ, ଦଧିବାମନ ଜୀଉଙ୍କର ରଥଯାତ୍ରା ବନ୍ଦ କରାଯାଇଥିଲା । ଦାଶ ପରିବାରଙ୍କ ତତ୍ୱାବଧାନରେ ଏବର୍ଷ ସୁନାବେଶ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ମହାପ୍ରଭୂଙ୍କ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରଶାଦ ସେବନର ବ୍ୟବସ୍ଥା ହୋଇଥିଲା ।
ଦଧିବାମନ ଜୀଉଙ୍କ ସୁନାବେଶ ଅନୁଷ୍ଟିତ
|
July 14, 2022 |