ରାଉରକେଲା, ୨୦/୦୭/୨୦ (ସନ୍ଧାନ ନିଉଜ) : ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ।ଫଳରେ ସମସ୍ତେ ସଚେତନ ଓ ସତର୍କ ରହିବା ଆବଶ୍ୟକ ।ସହରକୁ ସଫା ସୁତରା ରଖିବା ଓ ସାନିଟାଇଜ କରିବା ଅତ୍ୟନ୍ତ ଜରୁରୀ । କିଛି ଦିନ ତଳେ ଦକ୍ଷିଣ ରାଉରକେଲା ଓ ଏହାର ଆଖପାଖ ଅଂଚଳରୁ ୯ଜଣ କରୋନା କରୋନା ପଜେଟିଭ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଗତକାଲି ରାଉରକେଲା ମହାନଗର ନିଗମ ଅଧିନରେ ଥିବା ନବକୃଷ୍ଣନଗର ଅଂଚଳରେ କରୋନା ପଜେଟିଭ ବାହାରିବା ପରେ ମହାନଗର ନିଗମ ପକ୍ଷରୁ ବ୍ୟକ୍ତିଙ୍କ ଘର ସମେତ ଆଖପାଖ ଘର ଏବଂ ଅଂଚଳର ରାସ୍ତାଘାଟ ସାନିଟାଇଜ କରାଯାଇଥିଲ।। କିନ୍ତୁ ଅନ୍ୟ ଦୁଇଟି ଅଂଚଳ କନଷ୍ଟ୍ରକସନ କଲୋନୀ ଓ ଟାଙ୍ଗରପାଲୀରେ କରୋନା ପଜେଟିଭ ଚିହ୍ନଟ ହେବାପରେ ମଧ୍ୟ ଏ ପର୍ଯ୍ୟନ୍ତ ସାନିଟାଇଜ ହୋଇପାରିନାହିଁ । ତେଣୁ ଅଂଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ତେଣୁ ପ୍ରଶାସନ ଦକ୍ଷିଣ ରାଉରକେଲାରେ କରୋନା ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଅଂଚଳବାସୀଙ୍କମାନଙ୍କ ପକ୍ଷରୁ ଦାବୀ କରାଯାଇଛି ।
ଦକ୍ଷିଣ ରାଉରକେଲାରେ କରୋନା ପ୍ରତିଷେଧକ ବ୍ୟବସ୍ଥା ପାଇଁ ଦାବି
|
July 21, 2020 |