ଥାନା ଭିତରେ ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ

Spread the love
କେନ୍ଦୁଝର, ୧୯/୦୫ (ସନ୍ଧାନ ନିଉଜ) : ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଥାନା ଭିତରେ ନିସ୍ତୁକ ମାଡ। ଲାଠିରେ ପିଟିବା ସହିତ ଆଇଆସି ଗୋଇଠା ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଘଟିଛି। ମାଡ ମାରୁଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। କିଛି ଦିନ ତଳେ କେନ୍ଦୁଝର ଟାଉନ ଥାନାରେ ଜଣେ ନ୍ୟୁଜ କ୍ୟାମେରାମ୍ୟାନଙ୍କୁ ଦୁର୍ବ୍ୟବହାର କରି ଜଣେ ଏସ୍ଆଇଙ୍କର ବଦଳି ହୋଇଥିଲା। ସେହିପରି ରାମଚନ୍ଦ୍ରପୁର ଥାନା ଏସ୍ଆଇ ଜଣେ ବ୍ୟକ୍ତିଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବିତ ହୋଇଥିଲେ। ଏବେ ଭାଇରାଲ ଭିଡିୟଆରେ ପାଟଣା ଥାନା ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ସାମ୍ନାକୁ ଆସିଛି।

Related Posts

About The Author

Add Comment