ଚଳିତ ର୍ନିାଚନ ସମ୍ପର୍କରେ ଆମର ସମ୍ପାଦକୀୟ ଅଭିବ୍ୟକ୍ତି ରହିଥିଲା ‘ପରିବର୍ତ୍ତନ ଆବଶ୍ୟକ ନୁହେଁ ଜରୁରୀ’ ତାହାଯେ ଆମ ଜନସାଧରଣ ଯାହା ବୁଝିଲେ ଆଉ ଏହାକୁ କାର୍ଯ୍ୟକାରୀ କରୁଥିବା ଅମଲାମାନେବି ଯାହା ବୁଝିଥିଲେ ବୋଧ ହୁଏ ସେହି ହିସାବରେ ନିର୍ବାଚନ ସମୟରେ କାର୍ଯ୍ୟ ହୋଇଥିଲା । ଆଉ ପୁନଶ୍ଚ କ୍ଷମତା ବିଜେଡି ସରକାର ହାତକୁ ଯାଇଛି । ତେବେ ଏହା ଭିତରେ ସମୟ ଅତିକ୍ରାନ୍ତ ପୂର୍ବକ ଉପ ନିର୍ବାଚନ ୍ ତିର୍ତୋଲ ଏବଂ ବାଲେଶ୍ୱର ପଂହଚି ଗଲାଣି ଏବଂ ଯୋର ସୋରରେ ପ୍ରଚାର ଆରମ୍ଭ ହୋଇଛି । ହେଲେ ବିଡମ୍ବନା ଯେ ଆମ ରାଜ୍ୟର ଜନସାଧରଣରେ ପୁଣି ମାତ୍ର ସ୍ୱଳ୍ପ ଟଙ୍କା ପାଇଁ କରୋନା ମହାମାରୀ ସମୟରେ ରାଲିରେ ଶହଶହ ସଂଖ୍ୟାରେ ଯୋଗ ଦେଉଥିବା ବେଳେ ବିନା ମାକ୍ସ ବିନା କୌଣସି ସୁରକ୍ଷାରେ ବୁଲୁଛନ୍ତି । ପୁଣି ଏହି ନିର୍ବାଚଳରେ ଅନ୍ୟ ଏକ ଦୃଶ୍ୟଯେ ବିନା ଲୋଭ, ମୋହ ମାୟାର ଅପଗଳିରୁ ବାହାରି ନିର୍ବାଚନରେ ଭାଗ ନେଇଥିବା ବେଣୁଧର ବାରିକ । ଯାହାକୁ ବେଣୁ ମଉସା ନାମରେ ଏବେ ବାଲେଶ୍ୱରରେ ଲୋକମାନେ ଜାଣିଗଲେଣି । ରାଜ୍ୟବାସୀ ବହୁ ନେତାଙ୍କୁ ଦେଖିଥିବେ । ଏହି ନେତାଙ୍କ ବିକଶିତ ରାଜ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିବେ । ଏବଂ କ୍ଷମତା ମିଳିଲେ କିପରି ଏହାକୁ ବ୍ୟବହାର କରାଯାଇ ନିଜର ସମ୍ପତ୍ତି ବଢ଼ାଉ ହୁଏ ତାହା ହୁଏତ ସମସ୍ତେ ଜାଣିଥିବେ ଏବଂ ଯେଉଁମାନେ ଜାଣିନାହାନ୍ତି ସେମାନେ ଯଦି ତାହାକୁ ଜାଣିବାକୁ ପ୍ରୟାସ କରିବେ ତେବେ ସେମାନେ ବି ଜାଣିଯିବେ । କିନ୍ତୁ ନିର୍ବାଚନରେ ବିନା ଟଙ୍କା ପଇସାରେ ଜିତିବା ଅସମ୍ଭବ ଜାଣି ନିର୍ବାଚନରେ ପାଦ ଥୋଇଥିବା ବେଣୁ ମଉସା ନିଜର କର୍ତ୍ତବ୍ୟ ନଭୁଲି ଏକାଠି ଟଙ୍କା, ବାହୁବଳୀ, ଏବଂ ଦଲାଲ ନେତାଙ୍କ ସହିତ ଲଢ଼େଇ କରୁଛନ୍ତି । ବୋଧହୁଏ ହୁଏ ଏ ଲଢ଼େଇ ତାଙ୍କର ନୁହେଁ ବରଂ ସେ ଅନ୍ୟମାନଙ୍କ ପାଇଁ ନିଜର ସମାର୍ଥ୍ୟ ଲଗାଇଦେଇଛନ୍ତି ଏମାନଙ୍କ ସହ ଲଢ଼େଇ କରିବା ପାଇଁ । ରାଜ୍ୟରେ ଜମି ଦଲାଲ ଏବଂ ନେତାଙ୍କ ଜମି କେଳାଙ୍କାରୀ କଥା ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ବାହାରି ବାହାରି ଆଉ ଅଛଫା ନାହିଁ । ଅନ୍ୟପଟରେ ଚିଟ୍ ପଣ୍ଡ ହେଉ ବା ଅନ୍ୟ ସମସ୍ତ ଦୁର୍ନିତି ଯେଉଁଠି ସରକାରୀ ଦଳର ଏହି ନେତା ମନ୍ତ୍ରୀଙ୍କ ହାତ ନାହିଁ । ସେଠାରେ ଏଭଳି ଭାବରେ ବେଣୁ ମଉସା ଲଢ଼େଇ କରିବା ଆଜିର ଜନସାଧରଣ ଏବଂ ଯୁବପିଢ଼ୀଙ୍କ ପାଇଁ ଏକ ଆହ୍ୱାନ ହେଉ ଏବଂ ଏହି ନିର୍ବାଚନର ଫଳାଫଳ ଏକ ଐତିହାସିକ ଫଳାଫଳ ହେଉ । ଆଉ ଜନସାଧରଣ ଦେଖାଇଦିଅନ୍ତୁ ଟଙ୍କା ବାହୁୁବଳ ଏବଂ ଦୂର୍ନିିତ ସବଦିନ ପାଇଁ କାହାକୁ ଚିରସ୍ଥାୟୀ କରିିପାରିବ ନାହିଁ । ଯଦି ସାଧରଣଜନାତା ବା ଭୋଟର ମାନେ ଗୋଟିଏ ଦିନ ପାଇଁ ନିଜର ମତକୁ ସଠିକ ଭାବେ ବିଚାର କରି ଦିଅନ୍ତି ତେବେ ହୁଏତ ସମାଜରେ ବିରାଟ ପରିବର୍ତ୍ତନ ସୃଷ୍ଟି ହୁଅନ୍ତା । ଅନ୍ୟ ପଟରେ ଗାଦିକୁ ନିଜର ପିତୃକ ସମ୍ପତ୍ତି ମାନି ଯେଉଁ ନେତା ମାନେ ନିଜର ହୁକୁମ ଚଲାଉଛନ୍ତି ସେମାନେ ବି ଜାଣିପାରନ୍ତେ ସାଧରଣଜନତାଙ୍କ ଶକ୍ତି । ହୁଏତ ଏଭଳି ହେଲେ ସମାଜ ନିଜର ବିକାଶ ପଥରେ ଯେଉଁ ଦୁିର୍ନିତ କଳାଟଙ୍କା ବାହୁବଳୀ ମାନେ ସାତପୁରୁଷ ପ୍ରର୍ଯ୍ୟନ୍ତ ନିଜର ଅର୍ଥନୌତିକ ରାଜନୌତିକ ଏବଂ ସାମଜିକ ବିକାଶ କରୁଛନ୍ତି ତାହାର ପୂର୍ଣ୍ଣଚେଦ ପଡନ୍ତା । ଆମେ ମଧ୍ୟ ଆଶା ରଖୁଛୁ ଏହି ଉପ ନିର୍ବାଚନରେ ପରିବର୍ତ୍ତନ ହେଉ ଏବଂ କ୍ଷମତାର ବିଖଣ୍ଡିକରଣ ହେଉ । କ୍ଷମତାର ବିଖଣ୍ଡିକରଣ ହେଲେ ସମାଜର ସବୁ ବର୍ଗର ବିକାଶ ସମ୍ଭବ ହେବା ସହିତ ଆମ ରାଜ୍ୟବି ବିକାଶ ଶୀର୍ଷରେ ରୁହନ୍ତା ଏଥସହିତ ବାହାରକୁ ଆମ୍ଭ ପିଲା ମାନେ ଗଲେ ଆଉ ଗରିବ ରାଜ୍ୟର ଗଞ୍ଜଣା ଶୁଣିବାକୁ ପଡନ୍ତାନି । କି ଦାଦନ ଲୁଟରାଜ, ଆତଙ୍କରାଜର କଳାବଦଳ ଆମ ସମାଜରର ଅକାଶରେ ଭାସି ବୁଲନ୍ତାନି । ଏତିକି ହୁଏତ ଆମେ ଆଶ ରଖି ବାଲେଶ୍ୱର ଏବଂ ତିର୍ତୋଲ ଉପ ନିର୍ବାଚନରେ ସତ୍ୟ, ଗରିବ ଏବଂ ବିଜୟ ହେଉ ବୋଲି କହିବା ସହିତ କଳାଟଙ୍କାର ଶାସନ ସବୁଦିନ ପାଇଁ ଲୋପ ହେବାର ଯବନିକାର ମୂଳଦୁଆ ଏଠାରୁ ପଡୁ ବୋଲି ଆଶା ରଖି ଜନସାଧରଣରୁ ସତ୍ୟର ସହିତ ଚିରସ୍ଥାୟୀ ହୋଇ ରହୁନ୍ତୁ ବୋଲି ଆଶା ରଖୁଛୁ ।
ମାନସ କୁମାର ରାଉତ
କଦଳା, ଯାଜପୁର