ତ୍ରୟୋଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳା ଉଦ୍‌ଘାଟିତ

Spread the love

ଯାଜପୁର, ତା ୧୪/୧୨: ତ୍ରୟୋଦଶ ଯାଜପୁର ପୁସ୍ତକମେଳା ଯାଜପୁର ବାଳାଶ୍ରମ ପଡ଼ିଆଠାରେ ଅନନ୍ୟା ସାହିତ୍ୟ ସଂସଦ ର ସଭାପତି ସନ୍ତୋଷ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକଭାବେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ପୁସ୍ତକମେଳାକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ମା’ ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟଅତିଥିଭାବେ ବରୁଣେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ର. ଉଦୟ ନାରାୟଣ ପରିଡ଼ା ଯୋଗଦେଇ ପୁସ୍ତକ ମନୁଷ୍ୟ ଜ୍ଞାନର ପରିସୀମାକୁ ବୃଦ୍ଧି କରେ ଓ ପରିମାର୍ଜିତ ଭାଷା ଓ ଭାବର ସମନ୍ୱୟ ସୃଷ୍ଟି କରେ ବୋଲି ପ୍ରକାଶ କରିଥିଲେ । ଉଦ୍‌ଘାଟକ ଶ୍ରୀ ସାମଲ ପୁସ୍ତକ ମେଳାର ଉତୋତର ଉନ୍ନତି କାମନା କରିବା ସହିତ ତ୍ରୟୋଦଶ ପୁସ୍ତକ ମେଳା ଅତ୍ୟନ୍ତ ଆକର୍ଷଣୀୟ ଓ ଉପଯୋଗୀ ବୋଲି ପ୍ରକାଶ କରିଥିଲେ । ଧର୍ମଶାଳା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଇନ୍ଦୁପ୍ରଭା ସାମଲ, ପୁସ୍ତକ ଜୀବନର ସୂତ୍ରଧାର ବୋଲି ବକ୍ତ୍ୟବ ରଖିଥିଲେ । ସମ୍ପାଦକ ଡ଼ଃ କାହ୍ନୁ ଚରଣ ମିଶ୍ର ତ୍ରୟୋଦଶ ପୁସ୍ତକ ମେଳା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟବକ୍ତାଭାବେ ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଯୋଗଦେଇ ପୁସ୍ତକ ବ୍ୟକ୍ତି ଓ ବିଶ୍ୱର ସାମଗ୍ରୀକ ହିତସାଧନ କରେ ଏବଂ ଉତମ ପୁସ୍ତକ ଜୀବନ ଓ ଜବତର କର୍ମଧାର ବୋଲି ଉଲ୍ଲେଖ କରିଥିଲେ । ସଙ୍ଗଠନ ସମ୍ପାଦକ ହୃଷୀକେଶ ପତି ଅତିଥି ପରିଚୟ କରିଥିବା ବେଳେ ସୁବାସ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଗଣମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି ମଂଚ ପରଚାଳନା କରିଥବଲେ । ଆହ୍ୱାନ କଲଚରାଲ ଗ୍ରୁପ୍ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ବୃନ୍ଦାବନ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ପ୍ରାକ୍ତନ ଅଧ୍ୟକ୍ଷ ଦଶରଥ ସାମଲ, ଅଧ୍ୟକ୍ଷ ଅଶୋକ କୁମାର ଦାସ, ଅଧ୍ୟାପକ ବିନୋଦ ଚନ୍ଦ୍ର ନାୟକ, ଅଧ୍ୟାପକ ମଳୟ କୁମାର ଯେନା, ଅଧ୍ୟାପକ ସୁଧାଂଶୁ ରଥ, ଅଧ୍ୟାପକ ଗିରିଶ ବିହାରୀ ମିଶ୍ର , ପ୍ରଭାତ କୁମାର ମଲ୍ଲିକ, ଅଧିକାରୀ ନବ କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପଣ୍ଡିତ ଅଦ୍ୱୈତ ପ୍ରସାଦ ମିଶ୍ର ସ୍ତୋତ୍ର ପାଠ କରିଥିଲେ । ସୁଶ୍ରୀ ମନିଷା ରାଉତ କାର୍ଯ୍ୟକ୍ରମର ଉପସ୍ଥାପନ କରିଥିବା ବେଳେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଉପସଭାପତି ଉପ-ସଭାପତି ବିଭୂତି ଭୂଷଣ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related Posts

About The Author

Add Comment