ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ: ବିନା ଲଢେଇରେ ୩୬ ହଜାର ୯୭୬ ଜଣ ପ୍ରାର୍ଥୀ ବିଜୟୀ

Spread the love
ଭୁବନେଶ୍ୱର, ୨୬/୦୧/୨୦୧୨ (ସନ୍ଧାନ ନିଉଜ) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଭୋଟରଙ୍କୁ ହାତେଇବାକୁ ପ୍ରାଚର ଆରମ୍ଭ କରିଛନ୍ତି ପ୍ରାର୍ଥୀ । ଆଉ କେତେକ ସ୍ଥାନରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଆମ୍ବଦୋଳା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଜୋନ୍-୨ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ୮୫୩ ଜଣ ନାମାଙ୍କନ କରିଥିବା ବେଳେ ଜଣେ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି ।

ସେହିପରି ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୯୧ ହଜାର ୮୯୦ ଜଣ ନାମାଙ୍କନ କରିଥିବା ବେଳେ ୩୬ ହଜାର ୫୨୩ ଜଣ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି । ୬ ହଜାର ୭୯୩ ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ୧୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୬ ହଜାର ୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୩୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି ।

Related Posts

About The Author

Add Comment