ନବରଙ୍ଗପୁର, 23.01.2021 (ସନ୍ଧାନ ନିଉଜ୍):– ତେନ୍ତୁଳି ଗଛ ଉପରେ ଭାଲୁ। କୋରାପୁଟ ଜିଲ୍ଲା ବୋରିଗୁମା ଥାନା ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଉଁଳି ଗାଁ ନୂଆ ସାହି ତେନ୍ତୁଳି ଗଛରେ ଭାଲୁ ବସିଛି। ଆଜି ଭୋରୁ ତେନ୍ତୁଳି ଗଛ ମୂଳରେ ଭାଲୁ ଥିବା ଗାଁ ଲୋକ ଦେଖିଥିଲେ। ଭାଲୁକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ଇତି ମଧ୍ୟରେ ଉଜ୍ଜଳ ହେବାରୁ ଭାଲୁ କେଉଁ ଆଡେ ଯାଇନପାରି ତେନ୍ତୁଳି ଗଛର ୩୦ ଫୁଟ ଉପରେ ଏକ ତିନି ଚାରୋଟି ପତଳା ଡାଳକୁ ଧରି ରହିଛି। ବୋରିଗୁମା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଇକ ଯୋଗେ ଲୋକଙ୍କୁ ସ୍ଥାନଛାଡି ଚାଲିଯିବାକୁ ଅନୁରୋଧ କରିଛନ୍ତି। ତେନ୍ତୁଳି ଗଛ ତଳେ ଘର ରହିଛି। ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଦିନ ଅଛନ୍ତି ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍