ତୀତଲି ପାଇଁ ରେଳବାଇ ଗ୍ରୁପ ଡି ପରୀକ୍ଷା ବାତିଲ

Spread the love

 

(ସନ୍ଧାନ ନ୍ୟୁଜ/ବିଶ୍ୱଜିତ)୧୧/10 : ଭୟଙ୍କର ରୂପ ନେଇଥିବା “ତୀତଲୀ” ବାତ୍ୟା ପାଇଁ ସରକାର ଆଜି ଏବଂ କାଲି ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିଛନ୍ତି । ୧୧ ଅକ୍ଟୋବର ଓ ୧୨ ଅକ୍ଟୋବରରେ ନିର୍ଧାରିତ ହୋଇଥିବା ସମସ୍ତ ପରୀକ୍ଷା ମଧ୍ୟ ଓଡ଼ିଶାର କିଛି ଜିଲ୍ଲାରେ ବାତିଲ କରାଯାଇଛି ।

ତେବେ ରେଳବାଇର ଗ୍ରୁପ ଡି ପରୀକ୍ଷା ମଧ୍ୟ ଏହି ବାତିଲ ତାଲିକାରୁ ବାଦ ଦିଆଯାଇନାହିଁ। ଗତକାଲି ସରକାର ଘୋଷଣା କରିଛନ୍ତି ଯେ ଓଡିଶାର ମୋଟ ୫ ଟି ଜିଲ୍ଲାରେ ଗ୍ରୁପ ଡି ପରୀକ୍ଷା ରଦ୍ଦ କରାଯିବ। ଏହି ୫ ଟି ଜିଲ୍ଲା ମଧ୍ୟରୁ କଟକ, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର ଓ ଗଂଜାମ ଜିଲ୍ଲାଗୁଡିକର ନାମ ରହିଛି। ଏହି ତାଲିକାରେ ଭୁବନେଶ୍ୱର ମଧ୍ୟ ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ଗ୍ରୁପ ଡି ପରୀକ୍ଷା ବାତିଲ କରାଯାଇଛି ।

Related Posts

About The Author

Add Comment