ତିହିଡି  ବଜାର ରେ ବିଳମ୍ବିତ ରାତିରେ ଦୁର୍ଘଟଣା

Spread the love
ତିହିଡି,02/11(ସନ୍ଧାନ ନ୍ୟୁଜ୍) ତିହିଡି ବଜାର ରେ ଗତ ବିଳମ୍ବିତ ରାତିରେ ଏକ ଆଳୁ ବୋଝେଇ ଟ୍ରକ କୁ ପଛ ପଟୁ ଏକ ପିକପ୍ ଭ୍ୟାନ୍ ଧକ୍କା ଦେବାରୁ ଡ୍ରାଇଭର ଏବଂ ହେଲପର୍ ଗୁରୁତର ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ତିହିଡି ବଜାର ମଧ୍ୟରେ ଡାକବଙ୍ଗଳା ଠାରେ ବିଳମ୍ବିତ ରାତିରେ ଏକ ଆଳୁ ବୋଝେଇ ଟ୍ରକ ରାସ୍ତା କଡ଼ରେ ଠିଆହୋଇ ଥିବା ବେଳେ ରାତି ପ୍ରାୟ  ତିନିଟା ସମୟରେ ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ  ଦୃତ ଗତିରେ ଯାଉଥିବା ଏକ ମାଛ ଯାଆର ବୋଝେଇ ପିକପ୍ ଭ୍ୟାନ୍ ଭାରସାମ ହରାଇ ଟ୍ରକ୍ ର ପଛପଟୁ ଶକ୍ତ ଧକ୍କା ଦେଇଥିବା ଫଳରେ ଉଭୟ ଡ୍ରାଇଭର ଏବଂ ହେଲ୍ପର୍ ର ଭ୍ୟାନ୍ ଭିତରେ ଚାପି ହୋଇଥିଲେ। ଚାପିହେବା ଫଳରେ ସେମାନଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତିହିଡି  ପରେ ଭଦ୍ରକ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ଉଭୟ ଙ୍କ ଘର ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳ ରେ ଜଣାପଡିଛି।

Related Posts

About The Author

Add Comment