*ତିନି ବଖରା ଜଳିଗଲା*

Spread the love
ତିହିଡି, ୧୬/୧୧/୨୦ (ସନ୍ଧାନ ନିଉଜ) : ତିହିଡି ବ୍ଲକର ଗତକାଲି ଦୁଇଟି ସ୍ଥାନରେ ଅଗ୍ନୀ କାଣ୍ଡ ଘଟି ତିନି ବଖରା ଘର ପୋଡିଯାଇଛି। ସୂଚନା ଅନୁଯାୟୀ ସନ୍ଧ୍ୟା ପାଞ୍ଚଟା ସମୟରେ ସୟା ପଞ୍ଚାୟତ ଅଧୀନ ଜାଗୁଳାଇ ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ପ୍ରଭାକର ପତି ଙ୍କ ର ଦୁଇ ବଖରା ଘର ଜଳିଯାଇଛି। ଘର ଭିତରେ ଥିବା କେତେକ ଦରକାରୀ କାଗଜ ପତ୍ର ସହ ଅନାନ୍ୟ ଆସବାବପତ୍ର ପୋଡିଯାଇଛି। ଖବର ପାଇ ତିହିଡି ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ। ବିଦ୍ୟୁତ୍ ସର୍ଟ୍ ସର୍କିଟି ଯୋଗୁ ଅଗ୍ନିକାଣ୍ଡ ଘଟିଥିବା   ପରିବାର ତରଫରୁ ସୂଚନା ମିଳିଛି। ସେହିପରି ଉକ୍ତ ରାତିରେ  ମୁକୁନ୍ଦପୁର ପଞ୍ଚାୟତ ଝିଙ୍କିରିଆ ମାଳସାହି ଗ୍ରାମର ସୋମନାଥ ପଣ୍ଡା ଙ୍କ ଘରେ ନିଆଁ ଲାଗି   ଥିଲା।ଏହାକୁ ମଧ୍ୟ ତିହିଡି ଦମକଳ ବାହିନୀ ଦ୍ଵାରା ଆୟତ୍ତ କରିଥିଲେ ମଧ୍ୟ ଗୋଟେ ବଖରା ସଂପୂଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡ ର କାରଣ ଅସ୍ପଟ ରହିଛି।

Related Posts

About The Author

Add Comment