ଯାଜପୁର, ୩୦/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ତାଳୁଆ ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । ଯାହାକି ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ଯାତାୟତ କରୁଥିବା ବେଳେ, ଏହି ନଦୀବନ୍ଧ ରାସ୍ତା ଦେଇ କଲେଜ ଛାତ୍ର ଛାତ୍ରୀମାନେ କଲେଜକୁ ଯାଆନ୍ତି । ତାଳୁଆ ଠାରୁ ବରପଦା ପର୍ଯ୍ୟନ୍ତ ଏହି ରାସ୍ତାର ଅବସ୍ଥା ଶୋଚନିୟ ହୋଇ ପଡ଼ିଥିବା ବେଳେ, ଗତକାଲି ଏହି ବୁଦ୍ଧ ମହୋତ୍ସବରେ ଯୋଗଦେବା ପାଇଁ ଦର୍ଶକ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଚି । ଆଜି ଆମ ଜିଲ୍ଲା ପ୍ରତିନିଧି ବୁଦ୍ଧ ମହୋତ୍ସବକୁ ଯାଉଥିବା ବେଳେ, ତାଳୁଆ ନଦୀବନ୍ଧ ରାସ୍ତାର ଅବସ୍ଥା ଦେଖିବାକୁ ପାଇଥିଲେ । ଏହି ନଦୀବନ୍ଧ ପିଚୁରୁ କଂକ୍ରିଟ ଉଠିଯାଇଥିବା ବେଳେ, ଏହି ରାସ୍ତା ଅତି ଶୋଚନୀୟ ହୋଇପଡ଼ିଚି । ଏହି ରାସ୍ତା ଦେଇ ରତ୍ନଗିରିକୁ ପର୍ଯ୍ୟଟକ ମାନେ ଯାଉଥିବା ବେଳେ, ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ନଦୀବନ୍ଧ ଉପରେ ଶହ ଶହ ଗାଡ଼ି ଯାତାୟତ କରୁଥିବାରୁ ପୁର୍ତ୍ତବିଭାଗ, ଜଳସେଚନ ନିର୍ବାହି ଯନ୍ତ୍ରୀ ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି କରାଯାଉଚି । ନୂଆବର୍ଷ ଆସୁଥିବାରୁ ରତ୍ନଗିରୀ, ଉଦୟଗିରି, ଲଳିତଗିରିକୁ ଯିବା ପାଇଁ ପର୍ଯ୍ୟଟକ ମାନେ ଏବଂ ବାଟୋଇ ମାନେ ବହୁ ଅସୁବିଧାର ସମ୍ମୁଖିନ ହେବେ ବୋଲି ଆଶା କରାଯାଉଚି । ଏଦିଗରେ ବଡ଼ଚଣା ବିଧାୟକ ଦୃଷ୍ଟି ଦେବାପାଇଁ ନଦୀବନ୍ଧ କାର୍ଯ୍ୟ ତୁରନ୍ତ କରାଯିବା ପାଇଁ ସାଧାରଣରେ ଦାବି କରାଯାଉଚି ।
ତାଳୁଆ ନଦୀବନ୍ଧ ପାଲଟିଚି ମରଣଯନ୍ତା
|
November 30, 2021 |



