ତାଳଚେର: ସୁନା ଚେନ୍ ଲୁଟେରା ଗିରଫ

Spread the love

ତାଳଚେର,୨୮/୬ (ସନ୍ଧାନ ନିଉଜ): ତାଳଚେର ପୋଲିସ ଦ୍ୱାରା ଜଣେ କୁଖ୍ୟାତ ସୁନା ଚେନ୍ ଲୁଟେରାକୁ ଗିରଫ କରିବାରେ ସଫଳତା ମିଳିଛି। ସୂଚନାରୁ ପ୍ରକାଶ, ଜଣେ ଟ୍ରେନ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଅନୁଗୋଳ ଜିଲ୍ଲା ଖମାର ଅଂଚଳର କମଳ ଲୋଚନ ପ୍ରଧାନ ଗତ ତା୨୪/୦୬/୨୦୧୯ରିଖ ସନ୍ଧ୍ୟା ୮.୩୦ ମିନିଟ୍ ରେ ନିଜର ସ୍ତ୍ରୀଙ୍କୁ ଏକ ମୋଟର ସାଇକେଲରେ ବସାଇ ତାଳଚେରସ୍ଥିତ ଏକ ରେଳ ଧାରଣା ପାର ହେଉଥିବା ବେଳେ ତାଳଚେର ଥାନା ଅନ୍ତର୍ଗତ ଧରମପୁର ଗ୍ରାମର କମଳ ଲୋଚନ ମହାପାତ୍ର(୨୦) ଏକ ବାଜାଜ ପଲସର ବାଇକ(ନଂ-ଓଡି ୧୯ ଏମ୍ ୫୨୯୭)ରେ ଆସି ଉକ୍ତ ସ୍ତ୍ରୀ ଲୋକର ବେକରୁ ସୁନା ଚେନ୍ ଛିଡ଼ାଇ ପଳାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ କେସ ନଂ -୧୫୭ରେ ୩୯୨ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ପଲସର ବାଇକ୍ ର ନମ୍ବର ନକଲି ଥିଲା ଏବଂ ତାହା ଏକ ଅଟୋ ରିକ୍ସାର ଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜାଣି ପାରିଥିଲା। ପୋଲିସ ଛାନଭିନ୍ କରି ତା୨୭/୦୬/୨୦୧୯ରିଖ ରାତିରେ ଅଭିଯୁକ୍ତ କମଳ ଲୋଚନ ମହାପାତ୍ରକୁ ଧରିବାରେ ସକ୍ଷମ ହେବାସହ ତାଠାରୁ ସୁନା ଚେନ୍ ମଧ୍ୟ ଜବତ କରିଥିଲା। ଏହାପରେ ତାକୁ ଗିରଫ କରି ଆଜି କୋର୍ଟଚାଲାଣ କରିବାପରେ ଜାମିନ ନାମଞ୍ଜୁର ହେବାଯୋଗୁଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ଘଟିଥିବା ଯଶୋବନ୍ତ ପରିଡ଼ା ନାମକ ବ୍ୟକ୍ତିର ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ରହିଥିବାର ତାଳଚେର ଥାନା ଆଇଆଇସି ସୈାଭାଗ୍ୟ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Related Posts

About The Author

Add Comment