ତାରିଣୀ ମାଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

Spread the love

ଯାଜପୁର ସଦର, ୧୫ା୦୧: ତାରିଣୀ ମାଙ୍କୁ ଦର୍ଶନ ପାଇଁ ଯାଉଥିବା ବେଳେ, ଟ୍ରକ କାରକୁ ପିଟି ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଚି ଏବଂ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ନିକଟସ୍ତ ୧୬ନଂ ଜାତୀୟ ରାଜପଥ କ୍ରିଷ୍ଣା ହୋଟେଲ ନିକଟରେ ଭୋର ୪ଘଟିକା ସମୟରେ ମର୍ମାନ୍ତକ ସଡ଼କ ଦୃଘଟଣା ଘଟିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରତର ଥିବାରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ମୃତ ଯୁବକ ୨ଜଣ ହେଲେ ଜଗତସିଂହପୁର ରେସମା ଥାନା ପଦ୍ମପୁର ଓଲର ଗ୍ରାମର ଦିପ୍ତିପ୍ରଭା ପଣ୍ଡା(୩୦), ବିଶ୍ୱଜିତ ମାଇତି(୨୮) ଗୁରୁତର ଯୁବକ ୨ଜଣ ରେସାର ତପନ ଜେନା, ପ୍ରକାଶ ସାମନ୍ତ ବୋଲି ଜଣାଯାଇଚି । ଅନ୍ୟ ତିନିଜଣ ଯୁବକ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ପରିଚୟ ମିଳିପାରିନଥିବା ବେଳେ, ଏକ କାର ନଂ ୦୫ବିଡ଼ି୫୫୮୧ ରେ ୭ଜଣ ସାଙ୍ଗ ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ କେନ୍ଦୁଝର ଯାଉଥିବା ବେଳେ, ହୋଟେଲ ନିକଟରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ ନଂ ଓଆର୦୪ଏକେ୬୭୩୫ ଛିଡ଼ା ହୋଇଥିବା ବେଳେ, କୁହୁଡ଼ି ମାଡ଼ି ଆସିବାରୁ କାର ଚାଳକ ପାରକିଂ କରିଥିବା ଟ୍ରକ ସହିତ ପଛ ପଟୁ ପିଟି ହୋଇଯାଇଥିଲା । କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଦୃଘଟଣା ହୋଇଥିବା ଲୋକ ମାନଙ୍କୁ ଉଦ୍ଧାର କରିବା ସହିତ କାର ଓ ଟ୍ରକକୁ ଜବତ କରି ତଦନ୍ତ କରୁଛନ୍ତି ।

Related Posts

About The Author

Add Comment