ତାଜା ଖବର: ଦୃଘଟଣା ରେ ବାପା ମୃତ ଝିଅ ଗୁରୁତର

Spread the love

ଧର୍ମଶାଳା, ୪/୧୧(ସନ୍ଧାନ ନିୟୁଜ) ଦୃତ ଗାଡି ଚାଳନା ଏବଂ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ସହିତ ରାଜପଥରେ ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ହିଁ ପୁଣି ଘଟିଛି ଏକ ଦୂର୍ଘଟଣା ଏବଂ ଯାଇଛି ଗୋଟିଏ ଅମୂଲ୍ୟ ଜୀବନ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ! କିଛି ସମୟ ତଳେ ଚଣ୍ଡିଖୋଲ ଡ଼ୁବୁରୀ ୫୩ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ ନିକଟରେ ଗୋଟିଏ ଟ୍ରକ୍ ଏକ ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିବା ବେଳେ ବାଇକ୍ ଚ଼ାଳକ ମୁକୁନ୍ଦ ପାତ୍ର ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜେନାପୁର ଥାନା ଭେଜିଗୋଠ ଗ୍ରାମର ଚିତ୍ତରଞ୍ଜନ ସ୍ଵାଇଁଙ୍କର ଦୂର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ତାଙ୍କ ଝିଅ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି |

Related Posts

About The Author

Add Comment