ବାରିପଦା, ଭଦ୍ରକ,୧/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ଭଦ୍ରକ ଜିଲ୍ଲାରେ ତୃତୀୟ ଲଘୁଚାପଜନିତ ବର୍ଷା ୪ଟି ବ୍ଲକ ପାଇଁ କାଳ ସାଜିଛି ମୁଖ୍ୟତଃ ବୈତରଣୀ ଆଁରେ ଅଧକାଂଶ ଗାଁଗଣ୍ଡା ପ୍ରଭାବିତ ହୋଇଛି। ସାଳନ୍ଦୀ, ରେବ, କପାଳୀ, ଗଙ୍ଗୁଟି, ମନ୍ତେଇ, ଗମେଇ, କାଂଶବାଂଶ, ରିକେଟ୍ କେନାଲ, ଦୁସୁନ୍ଦା ନାଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ପାଇଁ କାଳ ସାଜିଛି। ଏସବୁ ବ୍ଲକର ତଳିଆ ଅଞ୍ଚଳରୁ ବନ୍ୟାଜଳ ଛାଡ଼ି ନ ଥିବା ଜଣାଯାଇଛି। ଗାଁଗୁଡ଼ିକ ବନ୍ୟାପାଣି ଘେରରେ ରହିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି। ଭଣ୍ଡାରିପୋଖରୀ ବ୍ଲକର ୯ଟି ପଞ୍ଚାୟତର ୪୧ଟି ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଧାମନଗରର ୨୦ଟି ପଞ୍ଚାୟତର ୭୨ଟି ଗାଁ, ତିହିଡ଼ିର ୯ଟି ପଞ୍ଚାୟତର ୩୧ଟି ଗାଁ, ଚାନ୍ଦବାଲିର ୧୦ଟି ପଞ୍ଚାୟତର ୫୫ଟି ଗାଁ, ବାସୁଦେବପୁରର ୧୧ଟି ପଞ୍ଚାୟତର ୩୭ଟି ଗାଁ ଏହି ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଜିଲା ପ୍ରଶାସନ ପ୍ରାଥମିକ ଆକଳନ କରିଛି। ଅଧିକାଂଶ ବ୍ଲକରେ ଚାଳଘରଗୁଡ଼ିକ ଭାଙ୍ଗି ଭୁଇଁରେ ଲୋଟିପଡ଼ିଛି। ଗୁହାଳ ଓ ଚାରଣ ଭୂମି ବନ୍ୟା ପାଣିଘେରରେ ଥିବାରୁ ଗୃହପାଳିତ ପ୍ରାଣୀମାନେ ଏବେ ରାଜରାସ୍ତାରେ ବୁଲୁଛନ୍ତି। ପ୍ରଶାସନ ପକ୍ଷରୁ ଯଦିଓ ରନ୍ଧାଖାଦ୍ୟ କରାଯାଇଛି କିନ୍ତୁ ଅଧିକାଂଶ ପାଣିଘେରରେ ଥିବା ଗାଁଗୁଡ଼ିକରେ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇ ନ ଥିବା ଜଣାପଡ଼ିଛି। ପୋଲିସ ସମେତ ପ୍ରଶାସନ, ଓଡ୍ରାଫ୍, “ଏଡିଆର୍ଏଫ୍ ଓ ଅଗ୍ନିଶମ ବିଭାଗର ୨୩ଟି ବୋଟ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଉପରୋକ୍ତ ଗାଁଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ଗାଁ ପାଣିଘେରରେ ରହିଛି । ଯାଜପୁର ଟାଉନ, ଆରଡ଼ି, ଧୂଷୁରୀ, ଦୋବଲ, ଆରଡ଼ି- ଯାଜପୁର, ଭଦ୍ରକ-ଆରଡ଼ି, ଆରଡ଼ି- ମତା, ଆରଡ଼ି-ତିହିଡ଼ି, ବେତାଳିଗାଁ- ତିହିଡ଼ି, ତିହିଡ଼ି ତଳଗୋପବିନ୍ଧା, ବୋଡ଼କ, ନୂଆସାହି, ଅମରପୁର, ବାରସର, ବାରୁଅ, ଶ୍ୟାମସୁନ୍ଦରପୁର, ଗୋବିନ୍ଦପୁର ଆଦି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି।ଯଦିଓ ବୈତରଣୀ ଆଖୁଆପଦା ଆନିକଟ ନିକଟରେ ବିପଦସଙ୍କେତଠାରୁ ତଳେ ବନ୍ୟାଜଳ ପ୍ରବାହିତ ହେଉଛି କିନ୍ତୁ ତଳିଆ ଅଞ୍ଚଳର ଅବସ୍ଥା ଗମ୍ଭୀର ହେବାରେ ଲାଗିଛି ବାସୁଦେବପୁର ବ୍ଲକରେ ଯଦିଓ କୌଣସି ଗାଁ ପାଣିଘେରରେ ନାହିଁ କିନ୍ତୁ ଚାଷଜମି । ବେଶି ପ୍ରଭାବିତ ହୋଇଛି। ଚାନ୍ଦବାଲି ବ୍ଲକର ମାଧପୁର, ଭୂଇଁବୃଦ୍ଧି, ଘଟପୁର, ତେନ୍ତୁଳିଡିହ, ଖେରଙ୍ଗ, ନାଲଗୁଣ୍ଡା, ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗି ପଞ୍ଚାୟତର ୫୫ଟି ଗାଁର ୬୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୮ଟି ଘର ଭୂଇଁରେ ମିଶିଯାଇଛି । ବାସୁଦେବପୁର ବ୍ଲକର ୧୧ଟି ପଞ୍ଚାୟତର ୩୭ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ୨୧୩୭ ହେକ୍ଟର ଚାଷଜମିରେ ବନ୍ୟାପାଣି ମାଡ଼ି ରହିଛି। ୫୬୮ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ କ୍ଷତି ହୋଇଛି। ମୋଟ ୭୭ଟି ଘର ମଧ୍ୟରୁ ୭୫ଟି ଆଶିକ କ୍ଷତି ହୋଇଥିବା ବେଳେ ଦୁଇଟି ଘର ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ମୁଖ୍ୟତଃ ବାସୁଦେବପୁର ବ୍ଲକର ମନ୍ତେଇ, ଗମେଇ, କାଂଶବାଂଶ, ରିକେଟ୍ କେନାଲ, ଦୁସୁନ୍ଦା ନାଳ ବନ୍ୟା ପାଣି ଫୁଲି ରହିଥିବାରୁ ଚାଷଜମି ପ୍ରଭାବିତ ହୋଇଥିବା ସ୍ଥାନୀୟ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ନାଳଗୁଡ଼ିକ ପୋତି ହୋଇ ରହିଥିବା, ଉପଯୁକ୍ତ ସମୟରେ ପୁନରୁଦ୍ଧାର ନ କରାଯିବା ଓ ଜବରଦଖଲକାରୀଙ୍କୁ କରେ ରହିଥିବାରୁ ବାସୁଦେବପୁର ଅଞ୍ଚଳବାସୀ ସମସ୍ୟା ଭୋଗୁଥିବା କୁହାଯାଉଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ଜିଲାରେ କ୍ଷୟକ୍ଷତି ଆକଳନ ପାଇଁ ୧୦ଟି ସ୍ବତନ୍ତ୍ର ଟିମ୍ ବ୍ୟତୀତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀମାନେ ନିୟୋଜିତ ଥିବା ସୂଚନା ଦେଇଛନ୍ତି । ଠିକ୍ ଆକଳନ ପରେ ରିଲିଫ୍ କୋର୍ଡ଼ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ତଳିଆ ଅଞ୍ଚଳରେ ସୁଧୁରିନି ବନ୍ୟା ପରିସ୍ଥିତି
|
September 1, 2020 |