ସୁନ୍ଦରଗଡ ତା:୨୩/୧୨/୨୦୨୫( ସନ୍ଧାନ ନ୍ୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ) ବାଲିଶଙ୍କରା ବ୍ଲକର ତଲସରା ପଞ୍ଚାୟତ ପକ୍ଷରୁ ତଳସରା ଠାରେ ଏକ ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଧାନସଭା ଉପବlଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ଅଞ୍ଚଳ ପ୍ରତ୍ୟେକ ଆନୁଷ୍ଠାନିକ କାର୍ଯ୍ୟରେ ସହାୟକ ହେବ ବୋଲି ମତ ରଖିବା ସହିତ ଅଞ୍ଚଳ ର ସାଧାରଣ ଜନତାଙ୍କ ହିତ ସାଧିତ ହେବ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଶଙ୍କରା ତହସିଲଦାର ଶ୍ରୀମତି କୁନ୍ତୀ ନାଏକ, ତଲସରା ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପୁଷ୍ପେନ୍ଦୁ ସାଗର, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀମତି କୁଞ୍ଜଳତା ଭିତ୍ରିଆ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ l ବନଡେଗା ଗ୍ରାମ ପଂଚାୟତ, ଶାଗବହାଲ ଗ୍ରାମ ପଞ୍ଚାୟତ, ତୁମଳିଆ ଗ୍ରାମ ପଞ୍ଚାୟତ,ସଉନାମରା ତଥା ରାମପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ମେମ୍ବର ସହିତ ଭାରତୀୟ ଜନତା ପାର୍ଟି ର ବ୍ଲକ ସଭାପତି ଯଶୋବନ୍ତି ଓରାମ, ବିଧାୟକ ପ୍ରତିନିଧି ଶ୍ରୀ ରବି ଚନ୍ଦ୍ର ପଟେଲ, ସଂସଦ ପ୍ରତିନିଧି ଶ୍ରୀ ଉଛବ ତନ୍ତୀ ଓ ଅଞ୍ଚଳ ର କୋଣ ଅନୁକୋଣ ରୁ ଅନେକ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l ତଲସରା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ଦାସ ସହିତ ମହିଳା ସି. ଆର.ପି. ମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ତଳସରା ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏହି କଲ୍ୟାଣ ମଣ୍ଡପ ଅଞ୍ଚଳ ର ପ୍ରତ୍ୟେକ କାର୍ଯ୍ୟରେ ଉପଯୋଗୀ ହୋଇପାରିବ ବୋଲି ନିଜ ମତ ରଖିଥିଲେ । ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ତଳସରା ପଞ୍ଚାୟତର ତଳସରାରେ ନୂତନ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ
|
December 23, 2025 |



