ସୁନ୍ଦରଗଡ଼ ତା:୧୫/୨/୨୦୨୪( ରାଜୁ ପଟେଲ/ସନ୍ଧାନ ନ୍ୟୁଜ):ତଲସରା ବସଷ୍ଟାଣ୍ଡ ଆଇନ ଶୃଙ୍ଖଳାରୁ ବାହାରେ,ବର୍ଷ ବର୍ଷ ଧରି ପଂଚାୟତର ରାଜସ୍ୱ ହାନି, ଜବାବ ଦେବ କିଏ, ଅନେକ ବର୍ଷରୁ ପ୍ରତୀକ୍ଷାଲୟ ନାହିଁ, ଲୋକେ ମନମୁତାବକ ଆଇନ ଭଙ୍ଗ କରି ଚାଲିଛନ୍ତି, ଏଥୁରେ କଣ ସ୍ଥାନୀୟ ପ୍ରଶାସନ ଭାଗ ରହିଛି, ନିର୍ବାଚନ ମଣ୍ଡଳୀର ମୁଖ୍ୟ ସ୍ଥାନରେ ଅରାଜକତା,ତଲସରା ନିର୍ବାଚନ ମଣ୍ଡଳୀର ତଳସରା ବସଷ୍ଟାଣ୍ଡ ଅରାଜକତାର ଗଡ଼ ପାଲଟିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏହି ବସଷ୍ଟାଣ୍ଡରେ ଖୋଲାରହିଥିବା ସରକାରୀ ଘରକୁ ଅଞ୍ଚଳର କେତେକ ଲୋକ ଅକ୍ତିଆରରେ ନେଇ ଦିନରାତି ମଦର କାରବାର ଚଲାଉଥିବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଏଥିରେ ପ୍ରସାସନ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଆଞ୍ଚଳବାସୀ ପ୍ରକାଶ କରିଛନ୍ତି। ତା ସହିତ ରାସ୍ତାର ଉନ୍ନତିକରଣ ନ ହେବା ସତ୍ୱେ ମାର୍କେଟ କମ୍ପ୍ଲେକ୍ସ ତିଆରିକରି ଖତ ଖାଉଥିବା ସହ ବଣ୍ଟନ କାର୍ଯ୍ୟ ନ କରିବା ପଂଚାୟତର ରାଜସ୍ୱ ହାନିଘଟାଉଥିବା ସହ ପଞ୍ଚାୟତ ବାସୀଙ୍କ ଦୁଃଖ ବଢ଼ାଇଛି ।ଏଥିରେ ପଞ୍ଚାୟତର କତ୍ତୃପକ୍ଷ ସହ ଅଞ୍ଚଳର ବ୍ଲକ ପ୍ରସାସନ ସମ୍ପୃକ୍ତିର ଗନ୍ଧ ହେଉଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ପାଲଟିଛି । ରାଜ୍ୟ ରାଜପଥର ୨୪ର ଉଭୟ ପାର୍ଶ୍ଵର ପରିବେଶ ଯାହା ରହିଛି ତାହା ସ୍ବାଧୀନତାର ୭୬ ବର୍ଷର ଚିତ୍ର କୁ ଦର୍ଶାଉଥିବା ସହ ସରକାରଙ୍କ ବିକାଶ ସହିତ ସୁରକ୍ଷାର ସାଫଲ୍ୟ ଜଣାପଡୁଛି ।ପ୍ରସାସନର ଅପାରଗତାର ଦୃଶ୍ୟ ସହ ସୁରକ୍ଷାର ଅବହେଳା ଯୋଗୁଁ ଆଜି ମଧ୍ୟ ଜଣେ ନିରୀହ ଜନତା ଅବହେଳିତ । ଦେଖିବାକୁ ବାକି ରହିଛି ନିରୀହ ଜନତା ପାଇଁ ବିକାଶ କେତେ ଦୂରରେ।
ତଲସରା ବସଷ୍ଟାଣ୍ଡ ଆଇନ ଶୃଙ୍ଖଳାରୁ ବାହାରେ
|
February 14, 2024 |