ତମାଖୁ ସେବନ ପନ୍ଥାରେ ଆଜି ଯୁବ ସମାଜ କବଳିତ

Spread the love

ଯାଜପୁର, ୧୦/୧୨/୨୦ (ସନ୍ଧାନ ନିଉଜ) : ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଜଳ ବିଭାଜିକା କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷରେ ତମାଖୁ ସେବନ ଓ ଏହାର ନିରାକରଣ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସର୍ବେକ୍ଷଣ ଅନୁସାରେ ଯୁବ ସମାଜ ତମାଖୁ ସେବନକୁ ଜୀବନର ଏକ ଅଙ୍ଗ ଭାବେ ବିବେଚନା କରିଚାଲିଚ୍ଥନ୍ତି । ଯାହାକି ସମାଜର ଭବିଷ୍ୟତ ପୀଢି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଚ୍ଥି । ଏହି ପୀଢିକୁ ଏଥିରୁ ନିବର୍ତ୍ତାଇବା ଆଜି ଆହ୍ୱାନ ରୂପେ ଧରି ନିଆଯିବ । ବିଡି, ସିଗାରେଟ୍, ଗୁଟୁଖା, ପାଉଡର ଇତ୍ୟାଦି ଥରେ ଅଭ୍ୟାସରେ ପରିଣତ ହୋଇଗଲେ ଏଥିରୁ ନିବର୍ତ୍ତିବା ଅତ୍ୟନ୍ତ କଷ୍ଟକର ବୋଲି ସବୁ ବର୍ଗର ଲୋକ ସଚେତନ ହେବା ଉଚିତ । ତେଣୁ ଜନସାଧାରଣଙ୍କ ମଧ୍ୟରେ ସଚେତନତାକୁ ଜୋରଦାର କରିବା ପାଇଁ ସମାଜରେ ପ୍ରସ୍ତୁତି ଆବଶ୍ୟକ । ଶିକ୍ଷାନୁୁଷ୍ଠାନ ଗୁଡିକରେ ଅଧ୍ୟୟନରତ କୋମଳମତି ବାଳକ, ବାଳିକା ମାନଙ୍କୁ ଏହାଠାରୁ ଦୂରେଇ ରଖିବା ପାଇଁ ୧୦୦ ମିଟର ବ୍ୟବଧାନ ମଧ୍ୟରେ ଏହାର ବିକ୍ରିକୁ ନିଷେଧ କରିବା ଉଚିତ । ଯଦିଓ ଏହାର ପ୍ରସ୍ତୁତି ଓ ବିକ୍ରି ଉପରେ ଆଇନ ଅଦାଲତରେ ଆଇନ କାର୍ଯ୍ୟକାରୀ କରାଯାଉଚ୍ଥି ସେଗୁଡିକୁ ନିଷ୍ଠାର ସହିତ ପ୍ରୟୋଗ ଓ ମାନସିକ କ୍ଷେତ୍ରରେ ପ୍ରସ୍ତୁତି ସେତେଟା ପଂଳପ୍ରଦ ହୋଇପାରିନାହିଁ । ଆମ ଦେଶରେ ପ୍ରତି ଘଣ୍ଟାରେ ତମାଖୁ ସେବନ ଦ୍ୱାରା ଆକ୍ରାନ୍ତ ୯୦ ଜଣ ବ୍ୟକ୍ତି ମୃତୁ୍ୟ ମୁଖରେ ପଡୁଚ୍ଥନ୍ତି ବୋଲି କର୍ମଶାଳାରେ ଉଦ୍ବେଗ ସୃଷ୍ଟି ହୋଇଥିଲା । କୈାଣସି ସର୍ବସାଧାରଣ ସ୍ଥାନରେ ବିଡି, ସିଗାରେଟ ଖାଇବା ଧର୍ତ୍ତବ୍ୟ ଅପରାଧ ବୋଲି ସେହି ସ୍ଥାନ ମାନଙ୍କରେ ବିଜ୍ଞାପନ ବୋର୍ଡ ଲାଗିବା ଉଚିତ୍ । ତମାଖୁ ସେବନ ଦୁଇ ପ୍ରକାରର ଅଟେ । ଗୋଟିଏ ହେଉଚ୍ଥି ଧୁମ୍ର ରହିତ ଓ ଅନ୍ୟଟି ଧୁମ୍ର ଯୁକ୍ତ । ଉଭୟ ମାନବ ସମାଜ ପ୍ରତି କ୍ଷତିକାରକ । ଡା. ପାର୍ଥସାରଥୀ ମିଶ୍ର ଓ ଡା. ରମେଶ ଚନ୍ଦ୍ର ମଲ୍ଲିକ ତମାଖୁ ସେବନକୁ ସାମାଜିକ ଅନଗ୍ରସରତା କହି ଏହା ଠାରୁ ଦୂରେଇ ରହିବାକୁ ମତ ଉପସ୍ଥାପନ କରିଥିବା ବେଳେ ଓଡିଶା ସରକାରଙ୍କ ତରପଂରୁ ସିନିୟର ଟବାକୋ ଆଇନ ପରାମର୍ଶଦାତା ଡା. ଗିରିଜା ଶଙ୍କର ମିଶ୍ର ଏ ଦିଗରେ କାର୍ଯ୍ୟରତ କର୍ମଚାରୀମାନେ କିପରି ଆଇନକୁ ସଠିକ ଭାବେ ପ୍ରୟୋଗ କରିପାରବେ ଏ ସମ୍ୱନ୍ଧରେ ତିଷ୍ଠି ରହିଥିବା ଆଇନ ଅଦାଲତର ଭୂମିକା ଉପରେ ତିର୍ଯ୍ୟକ ଧାରଣା ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭେଷଜ ନିରୀକ୍ଷକ ଏଚ୍.ପି. ମଲ୍ଲିକ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ତ୍ରିପାଠୀ, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିସôକ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ତମାଖୁ ସେବନର ନିରାକରଣ ଉପରେ ସହଯୋଗର ହାତ ବଢାଇବାକୁ ସମ୍ମତି ପ୍ରଦାନ କରିଥିଲେ ।

Related Posts

About The Author

Add Comment