ତଞ୍ଚକତା କରି ତାଲିକାରୁ ନାମ କାଟିଦେଲେ

Spread the love

ଝରାଡିହି, ୩୦/୯ (ସନ୍ଧାନ ନ୍ୟୁଜ୍):  ବହଳଦା ବ୍ଲକ୍ ବଡ଼ପଳସା ଗ୍ରାମର ଜଣେ ବୃଦ୍ଧ ଲାଞ୍ଚ ନଦେବାରୁ ଅବାସ ଯୋଜନା ତାଲିକାରୁ ତକତା କରି ତାଙ୍କ ନାମ ହଟେଇ ଦିଆଯାଇଥିବା ଅଭିଯୋଗ ହୋଇଛି । ବଡ଼ପଳସା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)  ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଦଳରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଲାଞ୍ଚ ନଦେବାରୁ ଦୁଇମହଲା କୋଠାଘର ଥିବାର ମିଥ୍ୟ ରିପୋର୍ଟ ଦର୍ଶାଇ କଳା ତାଲିକାଭୁକ୍ତ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉକ୍ତ ହିତାଧିକାରୀ। ୨୦୧୯ରେ ତତ୍କାଳୀନ ପିଇଓ  ହତାଧିକାରୀ ଶିବଶଙ୍କର ମଣ୍ଡଳଙ୍କ ଠାରୁ ଆବଶ୍ୟକ କାଗଜପତ୍ର ନେଇଥିଲେ। ଶ୍ରୀ ମଣ୍ଡଳଙ୍କ କାଗଜପତ୍ର ଠିକ୍ ଥିଲା ଓ ସେ ମଧ୍ୟ ଘର ପାଇବାକୁ ହକ୍‌ଦାର ଥିଲେ। ହେଲେ ପରବର୍ତ୍ତି ସମୟରେ କୁଆଡ଼େ ଘର ପାଇଁ ଲାଞ୍ଚ ମାଗିଥିଲେ ଉକ୍ତ ୨ ଅଧିକାରୀ ଶ୍ରୀ ମଣ୍ଡଳ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ଚଳୁଥିବା ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଲାଞ୍ଚ ଦେବାକୁ ଅମଙ୍ଗ ହୋଇଥିଲେ । ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ମଧ୍ୟ ଘର ନିର୍ମାଣ ନେଇ କାର୍ଯ୍ୟାଦେଶ ନମିଳିବାରୁ ଶେଷରେ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଯାଞ୍ଚ ବେଳେ ତାଙ୍କ ନାମରେ ଏସିଇସି କ୍ରମିକ ନଂ. ୧୨୯୧ ତଥା ସେକ୍ସନ ନଂ ଓଆର ୧୩୯୧୫୧୫ରେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଜିଆରଏସ୍ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ବାରା ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କର ଦୁଇ ମହଲା କୋଠାଘର ଥିବା ମିଥ୍ୟ ରିପୋର୍ଟ ବ୍ଲକ୍ ଅଧିକାରୀଙ୍କୁ ଦିଆଯାଇ ଥିବାରୁ ଅଯୋଗ୍ୟ ହିତାଧିକାରୀ ଭାବେ ତାଲିକାରୁ ତାଙ୍କ ନାମକୁ ପରବତ୍ତା ସମୟରେ କାଟି ଦିଆଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ଅଧିକାରୀ(ବିପିସି) ତଦନ୍ତ ପାଇଁ ଏକ ଟିମ୍ ବଡ଼ପଳସା ଗ୍ରାମକୁ ପଠାଇଥିଲେ ଏବଂ ଶ୍ରୀ ମଣ୍ଡଳ ଯୋଗ୍ୟ ହିତାଧିକାରୀ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ପିଡି ଡିଆର୍‌ଡିଏ ବାରିପଦା କାର୍ଯ୍ୟାଳୟକୁ ଶ୍ରୀ ମଣ୍ଡଳଙ୍କ ନାମ ପୁନଃ ତାଲିକାଭୁକ୍ତ କରାଯାଇ ଘର ଯୋଗାଇ ଦେବାକୁ ଆବେଦନ କରିଥିଲେ । ଯଥାଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ଅଧିକାରୀ ମହୋଦୟ ସୂଚନା ଦେଇଛନ୍ତି । ବଡ଼ପଳସା ଗ୍ରାମରେ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ନଡ଼ା ଓ ଚାଳଛପର ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ହେଲେ ପ୍ରାୟ ଅଧିକାଂଶ ଲୋକ ପଞ୍ଚାୟତ ସ୍ତରରେ ଅଧିକାରୀମାନଙ୍କ ଶୋଷଣର ଶିକାର ହୋଇ ଘର ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି। ଏ ନେଇ ଜିଲ୍ଲାପାଳ, ଭିଜିଲାନ୍ସ ମୋନିଟରିଂ କମିଟି ଓ ମାବଧିକାର ଅଭିଯୋଗ କେନ୍ଦ୍ରରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗର ସତ୍ୟାସତ୍ୟ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଦୋଷି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି  ହେଉଛି। ନଚେତ ପଞ୍ଚାୟତ  କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment