ଡିଜେଲ ଓ ପେଟ୍ରୋଲ ର ଦରବୃନ୍ଧି ବିରୋଧରେ ସିପିଆଇ ସିପିଏମ ପକ୍ଷରୁ ବିକ୍ଷୋବ;

Spread the love

ବାରିପଦା, ୦୧/୦୭/୨୦ (ସନ୍ଧାନ ନିଉଜ) : କୋରନା ଭୟ ସହିତ ସରକାରଙ୍କ ଯୋଜନାହୀନ ଏକତରଫା ଅଚାନକ ଲକ୍ଡାଉନ୍ ଯୋଗୁଁ ଦେଶବ୍ୟାପି ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଲକ୍ଡାଉନ୍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ସେତିକିବେଳେ ଦାଉ ସାଧିଲା ଭଳି ଡିଜେଲ ଓ ପେଟ୍ରୋଲର ଦାମ୍ ଗତ ୨୦ ଦିନଧରି ପ୍ରତିଦିନ ବୃଦ୍ଧି ପାଇବା ଯୋଗୁ ଦୁର୍ଦ୍ଦଶା ଆହୁରି ବୃଦ୍ଧି ପାଇଛି । ରାଜ୍ୟରେ ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ହେଲାଣି । ଏଭଳି ବୃଦ୍ଧି ଲାଗି ରହିଲେ ଖୁବ୍ ନିକଟରେ ୧୦୦ ଟଙ୍କାରେ ପହଞ୍ଚିବ । ଡିଜେଲ ଦର ବୃଦ୍ଧି ଲାଗି ପ୍ରଭାବରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ । ଫଳରେ ମାଲ ଓ ଯାତ୍ରୀ ପରିବହନ ଭଡା ବୃଦ୍ଧି ପାଇବା । ଏହା ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ଏହା ସହ ୧୯୫୫ ଭାରତୀୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନକୁ ଅକାମୀ କରିଦେବା ଫଳରେ ଆଳୁ,ପିଆଜ,ଡାଲି,ତେଲ ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରକୁ ଅସାଧୁ ବ୍ୟବସାୟୀମାନେ ଅହେତୁକ ଭାବେ ବୃଦ୍ଧି କରି ଚାଲିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଲୋକଙ୍କ କ୍ରୟ ଶକ୍ତି ବାହାରେ ।
ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯଥେଷ୍ଟ କମିଥିଲେ ସୁଦ୍ଧା, ଦେଶର ତୈଳ କମ୍ପାନୀମାନଙ୍କ ମୁନାଫା ବୃଦ୍ଧି ଓ କେନ୍ଦ୍ର ସରକାର ଅର୍ଥଭଣ୍ଡାର ଭରଣ ନିମନ୍ତେ,କେନ୍ଦ୍ରର ବିଜେପି ସରକାର ଅବକାରୀ ଶୁକ୍ଲ ଓ ରାଜ୍ୟର ବିଜେଡି ସରକାର ଭାଟ ଟିକସ ବୃଦ୍ଧି ଯୋଗୁଁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ଡିଜେଲ ଦର ଲିଟର ପିଛା ୧୦ ଟଙ୍କା ଉଦ୍ଧ୍ୱର୍ ଓ ପେଟ୍ରୋଲ ଦର ୮ ଟଙ୍କାରୁ ଉଦ୍ଧ୍ୱର୍ ବୃଦ୍ଧି ପାଇଛି ।
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବାବେଳେ ଆର୍ନ୍ତଜାତୀୟ ବଜାରେ ଅଶୋଧିତ ତୈଳ ଦର ବ୍ୟାରେଇ ପ୍ରତି ୧୧୦ ଡଲାର ଥିବାବେଳେ ଏବେ ତାହା ୪୦ ଡଲାରରୁ କମ୍ ଦରରେ ଉପଲବ୍ଧ । ଅଶୋଧିତ ତୈଳ ଦର ହ୍ରାସ ପାଇଲେ ସୁଦ୍ଧା କେନ୍ଦ୍ ସରକାର ଏହାର ଲାଭ ସାଦାରଣ ଲୋକଙ୍କୁ ଦେବାକୁ ପ୍ରସ୍ତୁତ ନୁହନ୍ତି । ୨୦୦୪ ମସିହାରେ ବିଜେପି ଶାସନ ପ୍ରତିଷ୍ଠା ହେବା ପରଠାରୁ ଆଜିଯାଏଁ ୧୩ ଥର ଅବକାରୀ ଶୁକ୍ଲ ବୃଦ୍ଧି କରିଛନ୍ତି । ଆଜି ଡିଜେଲ ଦର ୮୦ ଟଙ୍କା ମଧ୍ୟରୁ ମୂଳ ଦର ହେଉଛି ମାତ୍ର ଟ.୨୨.୯୩ ପ. । ଅବକାରୀ ଶୁକ୍ଲ ଟ. ୩୧.୮୩ ପ. ଏହା ଉପରେ ରହିଛି ଭାଟ । ପେଟ୍ରୋଲ ମୂଳଦର ଉପରେ କେବଳ ଅବକାରୀ ଶୁକ୍ଲ ହେଇଛି ଟ.୩୦.୯୮ପ. ଓ ଡିଜେଲ ଉପରେ ୨୬.୩୩ ପ. ।
୨୦୧୪ ରେ ଡିଜେଲ ଦର ନିର୍ଦ୍ଧାରଣକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ଓ ୨୦୧୭ ରେ ଦୈନିକ ଦର ନିର୍ଦ୍ଧାରଣନୀତି ଆପଣେଇବା ଫଳରେ ଏବେ ତୈଳଦର ବୃଦ୍ଧି ଦୈନିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି ।
ଏଥି ସହିତ ୪ ମାସରୁ ଉଦ୍ଧ୍ୱର୍ ସମୟ ଧରି ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ତୈଳ ବ୍ୟବହାର ଯଥେଷ୍ଟ କମିଯାଉଛି । ସେହି କ୍ଷତିକୁ ଭରଣା ପାଇଁ ସାଧରଣ ଲୋକଙ୍କ ଉପରେ ବୋଝ ଲଦିଦେବା ପାଇଁ ତୈଳଦର ବୃଦ୍ଧି କରାଯାଉଛି ।
ଏପରି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଅବକାରୀ ଶକ୍ଲ ଓ ଭାଟ ଟିକସ ହ୍ରାସ କରି ତୈଳଦର କମାଇବା ସଙ୍ଗେ ସଙ୍ଗେ ଲକ୍ଡାଉନ୍ ଯୋଗୁଁ ହନ୍ତସନ୍ତ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ପରିବାରର ମୁଣ୍ଡପିଛା ୧୦ କେଜି ହାରରେ ଚାଉଳ/ଗହମ ମାଗଣାରେ ଯୋଗାଇବା, ଆୟକର ଦେବା ପରିସର ବାହାରେ ଆୟକରୁଥିବା ପରିବାରମାନଙ୍କୁ ମାସିକ ୭୫୦୦ ତଙ୍କା ନଗଦ ଜମା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଇତ୍ୟାଦି ପଦକ୍ଷେପ ନେବାକୁ ବାମପନ୍ଥୀ ଦଳମାନେ ଦାବୀ କରିଛନ୍ତି ।
ସିପିଆଇ ସିିପିଏମ୍ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପ୍ରତିବାଦ ଓ ଭିକ୍ଷୋବ ସଭାରେ ସଭାରେ ସିପିଏମ ଜିଲ୍ଲା ସମ୍ପାଦକ ରବି ଗୋସ୍ୱାମୀ ସଭାପତିତେ ଅନୁଷ୍ଠିତ ସବାରେ ସିପିଆଇ ରାଜ୍ୟ ସହସମ୍ପାଦକ ଡ.ପ୍ରଶାନ୍ତ ମିଶ୍ର ସମ୍ପାଦକ ଜଗବନ୍ଧୁ ମିଶ୍ର ସିପିଏମ୍ ଜିଲ୍ଲା କୋମିଟି ସଦସ୍ୟ ଅମଲ ଦେ, ଦମଦାର ମୁର୍ମୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର ବୃଦ୍ଧି ଓ ପ୍ରବାସୀ ଶ୍ରମୀକ ଗରିବ ଲୋକଙ୍କ କୋରନା ଦୁର୍ଭୋଗ ବିରୋଧରେ କୋଠର ବକ୍ତବ୍ୟ ରଖିଥିଲେ । ସଭାକୁ ପରିଚାଳନା କରିଥିଲେ ଅକ୍ଷୟ କୁମାର ଖୁଣ୍ଟିଆ , କ୍ଷିତିଶ ସାଶ୍ମଲ, ତ୍ରିନାଥ ପାତ୍ର, ବଳରାମ ମୁର୍ମୁ, ରଘନାଥ ପଣ୍ଡା, ସେକ୍ ମହମ୍ମଦ୍ ଋଜୁଆନ୍, ଅଶୋକ ଭଞ୍ଜଦେୟ,ମୋନରଞ୍ଜନ ପରିଡା , ଏସ୍.କେ କଶେତରାଏ, ଶ୍ରୀକାନ୍ତ ସାମଲ, ସୁଭାଷ ତ୍ରିପାଠୀ, ରଥ ସିଂ, ଚିତନ୍ନ୍ୟ ପୁରତୀ, କମାଲା ମହାନ୍ତ, ଅନିଲ ମହାନ୍ତ, ବିରାଞ୍ଚି ସିଂ, ସୁଦର୍ଶନ ରାଉଳ, ପରମେଶ୍ୱର ମହାନ୍ତ , ଚିତରଞ୍ଜନ ବାରିକ, ବିକାଶ ପାତ୍ର, ନଲିନୀ କୁମାର ଦାସ, ଦୁର୍ଗ ମରଣ୍ଡୀ, ମମତକ ବକ୍ସ, ସତ୍ୟନାରାୟନ ସେଠି , ଅଶୋକ ବେବେର,ଜୀବନ ମହାକୁଡ , ସନ୍ତୋଷ ଗିରି ପ୍ରମୁଖ ।

Related Posts

About The Author

Add Comment