ଡିଏଭି ଓଏମସି ପବ୍ଳିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ

Spread the love

ଯୋଡ଼ା ୨୭/୧୨ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଜୁରୁଡି ଠାରେ ଅବସ୍ଥାପିତ ଡିଏଭି ଓଏମସି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖରେ ଉଦଘାଟିତ ହୋଇ ୨୭ ତାରିଖ ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଓଏମସି ବଡ଼ବିଲ ମଣ୍ଡଳର ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାସ୍କଟ ‘ରୟାଲ-କୋକୋ’ର ଅନାବରଣ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ଏବଂ ନିଜ ବିଦ୍ୟାଳୟ ଜୀବନର ସ୍ମୃତି ରୋମନ୍ଥନ କରି ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷ ସୌମେନ୍ଦ୍ର ନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରି କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ସହିତ ଖେଳୱାଡ ମନୋବୃତ୍ତି ନେଇ ପ୍ରତିଯୋଗିତାରେ ଭାଗନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁପ୍ରେରିତ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ପାଞ୍ଚଶହରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବ ରେ ଓ ଏମ ସି ଜିଲିଙ୍ଗ ଲଙ୍ଗାଲଟା ଲୌହ ଖଣି ମୁଖ୍ୟ ପରିଚାଳକ ଚିନ୍ମୟ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ତକ୍ଷଶିଳା ହାଉସ୍‌ ଚମ୍ପିୟାନ୍ ହୋଇଥିବା ବେଳେ ବଲ୍ଲଭୀ ଓ ପୁଷ୍ପଗିରି ହାଉସ୍‌ ଯୁଗ୍ମ ଭାବେ ରନର୍ସ-ଅପ୍ ହୋଇଥିଲେ । ଆୟୋଜିତ ଉତ୍ସବ କ୍ରୀଡା ଶିକ୍ଷକ ଶଙ୍କର ବେହେରା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଶିକ୍ଷକ ସଞ୍ଜୟ ସାମନ୍ତରାୟ, ସୁରେନ୍ଦ୍ର ପ୍ରଧାନ, ପ୍ରସନ୍ନ ପ୍ରଧାନ, ରବୀନ୍ଦ୍ର ବେହେରା ଏବଂ ଶିକ୍ଷୟିତ୍ରୀ ଵି ମିର୍ଜା, ତପସ୍ୱିନୀ ମଣ୍ଡଳ, ଅଭିଶ୍ଵେତା ସ୍ୱାଇଁ, ମୋନାଲିସା କର ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.

Related Posts

About The Author

Add Comment