ଡାକ୍ତରଙ୍କ ଅବହେଳାରେ ହୀନସ୍ଥା ହେଉଛନ୍ତି ରୋଗୀ

Spread the love

ସୁନ୍ଦରଗଡ ତା:୧୯/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସରକାର ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ବିଶେଷ ଧ୍ୟାନ ଦେଉଥିବା ବେଳେ ସବଡେଗା ବ୍ଲକର ଗୋଷ୍ଠୀ ଉନ୍ନୟନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ରୋଗୀଙ୍କ ଅଚଳାବସ୍ଥା । ସ୍ୱାସ୍ଥ୍ୟକେନ୍ଦ୍ର ରେ ପାଞ୍ଚଟି ଡାକ୍ତର ଥିବାର ଦର୍ଶାଯାଉଥିବା ବେଳେ ରୋଗୀଙ୍କୁ ଆଉଟ ଡୋରରେ ଜଣେ ଡାକ୍ତର ରୀତିମତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହି କାରଣରୁ ରୋଗୀଙ୍କ ଅଵସ୍ଥା ଉପଯୁକ୍ତ ଚିକିତ୍ସା ନ ପାଇ ହୀନସ୍ଥା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସଂଖ୍ୟା ଉଦିଷ୍ଟ ଥିଲେ ମଧ୍ୟ ଶହ ଶହ ରୋଗୀ ଲମ୍ବା ଲାଇନ ଲାଗି ତଳିତଳାନ୍ତ ହେଉଛନ୍ତି ବୋଲି ରୋଗୀ ପକ୍ଷରୁ ଅଭିଯୋଗ ଆସୁଛି । ଦୂର ଦୁରାନ୍ତରୁ ରୋଗୀ ଆସି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ଚାରିଜଣ ଡାକ୍ତର ପୋଷ୍ଟିଂଗ ରେ ଥିବା ବେଳେ ଦୁଇ ଜଣ ଡେପୁଟେସନ ରହିଛନ୍ତି
ନିୟମିତ ଡାକ୍ତର ତାଙ୍କର ପିଜି ପାଠ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ଡେପୁଟେସନରେ ଥିବା ଡାକ୍ତରଙ୍କ ଉପରେ ଭାର ବଢ଼ୁଥିବାର ସ୍ବାସ୍ଥ୍ୟ କେନ୍ଦ୍ର ଇଂଚାର୍ଜ ଛବିଲ ଅଢା ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment