ଡାକ୍ତରଙ୍କୁ ଦୁର୍ବ୍ୟବହାର ; ଅଟକାଇବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

Spread the love

ଆନନ୍ଦପୁର , 11.02.2021 (ସନ୍ଧାନ ନିଉଜ୍):-  ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟଠାରେ ରାତିରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗି ଦେଖାଇ ଆସିଥିବା କିଛି ଯୁବକ ଦୁର୍ବ୍ୟବହାର ସହ ଠେଲାପେଲା କରିଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀ ସତ୍ୟପ୍ରକାଶ ଜେନା ସଂପୃକ୍ତ ଯୁବକଙ୍କୁ ପ୍ରତିବାଦ କରିବାରୁ ଯୁବକମାନେ ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିଲେ । ପରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଅନ୍ୟମାନେ ଖସି ପଳାଇଛନ୍ତି । ତେବେ ଆକ୍ରମଣକାରୀ ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

Related Posts

About The Author

Add Comment