ଡାଇବେଟିସ୍ ଭଲ କରିବ ଜାମୁକୋଳି

Spread the love

ବାରିପଦା, ୦୩.୦୧.୨୦୨୧(ସନ୍ଧାନ ନିଉଜ/  ଲିଙ୍ଗରାଜ ପଣ୍ଡା):- ଜାମୁକୋଳି ସ୍ଵାସ୍ଥ୍ୟପାଇଁ ଖୁବ୍ ଉପକାରୀ ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ବିଶେଷ କରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତାର ପତ୍ରକୁ ସେବନ କରିବା ଦ୍ବାରା ସେମାନଙ୍କର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ | ଏହା ଖାଦ୍ୟର ଶ୍ୱେତସାରକୁ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇଥାଏ । ଯାହାଦ୍ଵାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ ରହେ । ଜାମୁକୋଳି ମଞ୍ଜିକୁ ମଧ୍ୟ ମଧୁମେହ ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ହଜମ ପ୍ରକ୍ରିୟାରେ ବି ଏହା ସହାୟକ ସେହିପରି ସୌନ୍ଦର୍ଯ୍ୟରକ୍ଷାରେ ଜାମୁକୋଳିର ଖୁବ୍ ମହତ୍ତ୍ବ ରହିଛି । ଏହାକୁ ସେବନ କରିବା ଦ୍ବାରା ମୁଖ ବ୍ରଣ, ଦାଗ, ଭଙ୍ଗ ପରି ସମସ୍ୟା ଦୂର ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

 

Related Posts

About The Author

Add Comment