ଡ଼ମକୁଡ଼ା ୫୦୦ ଘର ଡେଲକୀ ଖଡ଼ିଆ ସମାଜର ବାର୍ଷିକ ମହୋତ୍ସବ ପାଳିତ

Spread the love

ସୁନ୍ଦରଗଡ ତା:୧ ୩/୨୦୨୪(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ବ୍ଲକ ଡମକୁଡ଼ା ୫୦୦ ଘର ଡେଲକୀ ଖଡ଼ିଆ ସମାଜ ବାର୍ଷିକ ଉତ୍ସବ ଅନୁସ୍ଥିତ ହୋଇଯାଇଛି । ଏହି ସମାଜ ଉତ୍ସବରେ ରାଜ୍ୟ ସଭାପତି ତଥା ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ନୃପଚରଣ ଡନସନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ କିପରି ଶୃଙ୍ଖଳିତ ହୋଇ ରହିବା ସହିତ ଶିକ୍ଷା କୁ ଅଗ୍ରଗତି ଦେବାପାଇଁ ଆହ୍ବାନ ଦେଇଥିଲେ ।ତା ସହିତ ନିଶା କିପରି ଭାବରେ ସମାଜକୁ କ୍ଷତିକାରକ ତାର ପାଇଁ ସଚେତନ ହୋଇ ନିବାରଣ ଦିଗରେ ଆଗଭର ହେବାପାଇଁ ଅନୁରୋଧ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଜିଲ୍ଲା ସଭାପତି ପରମାନନ୍ଦ ବାଗ ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିବା ବେଳେ ,ସବଡେଗା ସରପଞ୍ଚ ଗଣେଶ ପ୍ରଧାନ, ସ୍ଥାନୀୟ ସରପଞ୍ଚ ମାଧୁରୀ ଡୁଙ୍ଗଡୁଙ୍ଗ,ବୀର କିଶୋର ନାଏକ ଜିଲ୍ଲା ସମ୍ପାଦକ ଓ ସ୍ଥାନୀୟ ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ମଞ୍ଚରେ ଉପସ୍ଥିତ ଥିଲେ । ଏହି ମହୋତ୍ସବ ରେ ଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା ।ମୁଖ୍ୟ ଅତିଥି ନୃତ୍ୟ ପରିବେଷଣ ଗ୍ରୁପଙ୍କୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଦେବାନନ୍ଦ ଡନସନା,ବିନୋଦ ଡନସନା ପରିଚାଳନା କରିଥିବା ବେଳେ ଗୁଲବଦନ ଚାର ସହଯୋଗ କରିଥିଲେ । ଶେଷରେ ଦୁଷ୍ମନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment