ନୂଆଦିଲ୍ଲୀ, ୩/୧୧ (ସନ୍ଧାନ ନିଉଜ) : ଦେଶର ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ବଡ଼ ଧରଣର ସୁଧାର ଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧ ଟଙ୍କା ୨ ପଇସା ସୁଧାର ଆସିବା ଦ୍ବାରା ଏହା ୭୨ ଟଙ୍କା ୪୩ ପଇସାରେ ବନ୍ଦ ହୋଇଛି। ବିଗତ ପାଞ୍ଚ ବର୍ଷ ଭିତରେ ଟଙ୍କା ମୂଲ୍ୟରେ ଗୋଟିଏ ଦିନରେ ଏଭଳି ଆଶ୍ଚର୍ଯ୍ୟଜନକ ସୁଧାର ଦେଖିବାକୁ ମିଳିଛି। ା ସେହିପରି ବମ୍ବେ ଷ୍ଟକ ବଜାରରେ ଆଜି ନିବେଶକମାନେ ଜବରଦସ୍ତ କାରବାର କରିଥିଲେ। ଫଳରେ ସେନ୍ସେକ୍ସ ୫୮୦ ପଏଣ୍ଟ୍ ବୃଦ୍ଧି ସହିିି ୩୫୦୧୨ ପଏଣ୍ଟରେ ବନ୍ଦ ହୋଇଛି। ଜାତୀୟ ଷ୍ଟକ ବଜାରର ନିଫ୍ଟି ୧୭୨ ପଏଣ୍ଟ୍ ବୃଦ୍ଧି ସହିି ୧୦୫୫୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୭୩ ଡଲାର ତଳକୁ ହ୍ରାସ ପାଇବା ପରେ ନିବେଶକମାନଙ୍କ ମନୋବଳ ସୁଦୃଢ଼ ହୋଇଛି। ଏହାର ପ୍ରଭାବରେ ସେମାନେ ମନଖୋଲି କାରବାର କରିଛନ୍ତି।
ଡଲାର ତୁଳନାରେ ଟଙ୍କା ସୁଦୃଢ଼
|
November 3, 2018 |
![](https://sandhannews.com/wp-content/uploads/2018/11/dollar-rupee.jpg)