ଡଙ୍କାରୀ ଜାତୀୟ ତୈଳ ପ୍ରକଳ୍ପ ଶୀତଳ ଭଣ୍ଡାରରେ : ଆଶା ଓ ଆଶଂକାରେ ସ୍ଥାନୀୟ ଲୋକେ :ଏବେ ଖଣି ମାଫିଆଙ୍କ ରାଜୁତି ।

Spread the love

ଜେନାପୁର, ୧୫/୦୫/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନରେ ଡଙ୍କାରୀ ଠାରେ ହେବାକୁ ଥିବା ଦେଶର ସର୍ବ ବୃହତ ଭୁତଳ ତୈଳଭଣ୍ଡାର ପ୍ରକଳ୍ପର ଅଗ୍ରଗତିକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି । କରୋନାରେ କର୍ମସଂସ୍ଥାନ ହରାଇ ଜିଲାକୁ ଫେରିଥିବା ଦାଦନ ଶ୍ରମିକ ମାନେ ଏବେ ତୈଳ ପ୍ରକଳ୍ପକୁ ଆସା ବାନ୍ଧି ବସିଛନ୍ତି । କିନ୍ତୁ ତୈଳ ପ୍ରକଳ୍ପ ହେବା ନହେବା କିଛି ସୁରାକ ମିଳୁନଥିଲେ ହେଁ ପଥର ମାଫିଆଙ୍କ ଚାପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସ୍ୱାର୍ଥ ପାଇଁ ପ୍ରକଳ୍ପକୁ ବଳି ପକାଉଥିବା ସାଧାରଣରେ ଆଲୋଚନା ହେଉଛି । ଯେଉଁ ଡଙ୍କାରୀରେ ପଥର ମାଫିଆଙ୍କ ପାଦ ଦୀର୍ଘ ଦିନ ଧରି ପଡୁନଥିଲା ସେଠାରେ ଏବେ କିଛି ଦିନ ହେବ ୱାଗନ ବ୍ଲାଷ୍ଟିଂ ହେବା ସହିତ କଳାପଥର ଚୋରି ହେଉଥିବାର ଅଭିଯୋଗ ହେଉଛି । ୨୦୧୪ରୁ ଘୋଷଣା ହୋଇଥିବା ପ୍ରକଳ୍ପରେ କୌଣସି ଅଗ୍ରଗତି ନହୋଇ ପ୍ରକଳ୍ପ ସମ୍ବନ୍ଧୀୟ ନଥି ଏବେ ଶିତଳ ଭଣ୍ଡାରରେ ରହିଥିବା ପରି ଜଣାପଡୁଛି । ସୁଚନାଯୋଗ୍ୟ ୨୦୧୪ ମସିହାରେ ଭାରତ ସରକାରଙ୍କ ପେଟୋ୍ରଲିୟମ ବିଭାଗ ପକ୍ଷରୁ ଡଙ୍କାରୀ ଠାରେ ଏହି ଜାତୀୟ ପ୍ରକଳ୍ପକୁ ନିର୍ମାଣ ଲାଗି ବିଭାଗ ତରଫରୁ ମଞ୍ଜୁରୀ ମିଳିଥିଲା । କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ୪୦୦ଶହ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ଏ ବାବଦରେ ରାଜ୍ୟ ସରକାର ପଥର ମାଫିଆଙ୍କ ସ୍ୱାର୍ଥରେ ଟାଳଟୁଳ ନିତି ଅବଲମ୍ବନ କରିବା ସହ ସେହି ସ୍ଥାନରେ ପକଳ୍ପ ହେଲେ ସରକାରଙ୍କର ରାଜସ୍ୱ ହାନି ହେବ ବୋଲି ରିପୋର୍ଟରେ ଦର୍ଶାଇଥିଲେ ।୨୦୧୮ ମସିହା ଅଗଷ୍ଟ ୩ ତାରିଖରେ ରିପୋର୍ଟର ଅନୁଧ୍ୟାନ କରିବାକୁ ଏକ ପ୍ରଶାସନିକ ଦଳ ଡଙ୍କାରୀ ଠାରେ ପହଞ୍ଚô କ୍ଷୟକ୍ଷତିର ଆକଳନ କରିବା ପରେ ପ୍ରକଳ୍ପରେ ଅଗ୍ରଗତି ହେବ ବୋଲି ଆଶାସଂଚାର ହୋଇଥିଲା । ତେବେ ସେପରି କିଛି ହୋଇ ନଥିଲା । ପେଟୋ୍ରଲିୟମ ମୁଖ୍ୟସଚିବ ୨୦୧୭ଫେବୃୟାରିରେ ତୁରନ୍ତ ଜମି ଅଧିଗ୍ରହଣ ହେବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଥିଲେ । ଏଥି ସହିତ ତୁରନ୍ତ ୪୦୦ଶହ ଏକର ଜମି ପ୍ରକଳ୍ପ ପାଇଁ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । କେନ୍ଦ୍ରରୁ ଚିଠିପାଇ ମୁଖ୍ୟ ସାଶନସଚିବ ଜମି ଅଧିଗ୍ରହଣ ସହ ଡଙ୍କାରୀ ପାହାଡରେ ବେଆଇନ ପାହାଡ ଫଟାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସେହି ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଧର୍ମଶାଳା ତହସିଲକୁ ଅବଗତ କରାଯାଇଥିଲା । ମାତ୍ର ଲିଜ ବାତିଲ ହେଲେ ସରକାର ବାର୍ଷିକ ୧୪୦୦ କୋଟି ଟଙ୍କା ହରାଇବାର ଆକଳନ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ । ଫଳରେ ଏ ଅଂଚଳର ବହୁ ପତିକ୍ଷିତ ପ୍ରକଳ୍ପଟି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଏହା ପଛରେ ପଥର ମାଫିଆଙ୍କ ହାତ ରହିଥିବା ବୁଦ୍ଧିଜୀବି ମାନେ କହନ୍ତି । ସରକାର ଡଙ୍କାରୀରେ ଭୁତଳ ତୈଳ ଗସôିତାଗାର ପ୍ରତିଷ୍ଠା ଲାଗି କ୍ୟାବିନେଟରେ ଆଲୋଚନା ହେବା ସହ ୩୫୦୦ କୋଟିର ବ୍ୟୟ ବରାଦ କରିବା ପରେ ପ୍ରକଳ୍ପରେ ତତ୍ପରତା ପ୍ରକାଶ ପାଇଥିଲା । କିନ୍ତୁ ଏବେ ସମସ୍ତେ ଚୁପ । ତତ୍ପରତା ଦେଖାଉଥିବା ବିଭାଗୀୟ ମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟ ପ୍ରଶାସନ ସମସ୍ତେ ଏବେ ମୁହଁ ବନ୍ଦ କରି ରହିଛନ୍ତି । ଡଙ୍କାରୀରେ ସବୁଜ ପରିବେଶ ନଷ୍ଟ ହେଉଥିବା ଦର୍ଶାଇ ୨୦୧୮ ଅକ୍ଟୋବର ୧୫ରେ ସର୍ବେଶ୍ୱର ବେହୁରା ଏନଜିଟିର ଦ୍ୱାରସ୍ତ ହେବା ପରେ ଡଙ୍କାରୀରେ କଳାପଥର ଉତ୍ତୋଳନ ସମ୍ପୁର୍ଣ୍ଣରୁପେ ବନ୍ଦ ରହିଛି । ଡଙ୍କାରୀ ପାହାଡରେ ୧୪୪ଧାରା ଲାଗୁ କରାଯାଇ ଅଂଚଳକୁ ପୁରା ଚାରିଦିଗରୁ ସିଲ କରିଦିଆ ଯାଇଛି । ପ୍ରତ୍ୟେକ ଖଣିର ମୁହଁକୁ ଟ୍ରେଞ୍ଚ ଖୋଳି ବନ୍ଦ ରଖାଯାଇଛି । ଏହାର ତଦନ୍ତ କରିବାକୁ ଖଣି ଉପସଚିବ ଡଙ୍କାରୀ ଆସି ରାହାଡପୁର ଓ ବିଛାଖଣ୍ଡିର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଥିଲେ । ସେତେବେଳେ ସେ ମଧ୍ୟ ପଥର ପକାଇ ରାସ୍ତା ମୁହଁକୁ ବନ୍ଦ କରିବା ଓ ଟ୍ରେଞ୍ଚ ଖୋଳିବାକୁ ନାପସନ୍ଦ କରିବା ସହିତ ସ୍ଥାୟୀ ବ୍ୟବସ୍ଥା ସପକ୍ଷରେ ମତ ଦେଇଥିଲେ । ତଥାପି ପ୍ରଶାସନର କଡା ପହାରାରେ ମାଫିଆ ଆଉ ପାହାଡ ମାଟି ମାଡି ପାରି ନଥିଲେ । ଅନେକ ଥର ଚେଷ୍ଟା କରି ବିଫଳ ହେବା ପରେ ଏବେ କରୋନାର ଘନାଘଟା ମଧ୍ୟରେ ପ୍ରଶାସନ କରୋନା ସଂକ୍ରମଣକୁ ରୋକିବାକୁ ଦିବରାତି ଏକ କରି ଦେଇଥିବା ବେଳେ ଡଙ୍କାରୀ ପୁଣି ଚଳଚ‚ଳ ହୋଇ ଉଠିଛି । ଜଙ୍ଗଲ ଜମି ଉପରେ ଗଢି ଉଠିଥିବା ବେଆଇନ କଣ୍ଟା (ୱେ ବ୍ରିଜ) କୁ ପ୍ରଶାସନ ଭାଙ୍ଗି ତାକୁ ଫୋପାଡି ଦେଇଥିଲା । ସେହି ଓପଡା ଫୋପଡା ଓଜନ କଣ୍ଟା ଆଜି ପୁନଃର୍ବାର ଓଜନ କରିବାକୁ ପ୍ରସ୍ତୁତ ହୋଇ ପଥର ଓଜନ କାର୍ଯ୍ୟରେ ବ୍ୟସ୍ତ ରହିଛି । ଦୈନିକ ଶତାଧିକ ପଥର ବୋଝେଇ ଗାଡି ନିକଟସ୍ଥ କ୍ରସରରେ ପେଡା ଯାଉଛି । ଶହ ଶହ ଏକର ଡଙ୍କାରୀ ଏବେ ଶୁନଶାନ ରହିଥିବା ବେଳେ ଗୋଟିଏ ଖଣି କିପରି ଚାଲିଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଏନେଇ ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କଲ ଗ୍ରହଣ ନ କରିବା କାରଣରୁ ସ୍ପଷ୍ଟ ସୁଚନା ମିଳିପାରି ନାହିଁ । ଜିଲାପାଳଙ୍କୁ ପଚାରିବାରେ ସେ ଅଲଗା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୁଝିଲେ କହିବେ ବୋଲି କହିଥିଲେ । ଗୋଟିଏ ପଟେ ଜିଲା ପ୍ରଶାସନ ଡଙ୍କାରୀ ଲିଜ ବାତିଲ କରିଥିବାରୁ କୋଟି କୋଟି ଟଙ୍କାର ବର୍ଷିକ ରଜସ୍ୱ କ୍ଷତି ହେଉଛି । କଳା ପଥର ଚୋରି ରୋକିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡୁଛି । ଅପରପକ୍ଷେ ଭୁତଳ ତୈଳ ଭଣ୍ଡାର ପ୍ରତିଷ୍ଠା ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଏ ଅଂଚଳର ବେକାର ଯୁବକ ଯୁବତୀ ମାନେ ତୈଳ ଗସôିତାଗାର ହେଲେ କର୍ମସଂସ୍ଥାନ ମିଳିବାର ଆଶା କରି ଚାତକପରି ଚାହିଁ ରହିଛନ୍ତି । ଏଭଳି ଏକ ବୃହତ ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକମାନେ କାମଧନ୍ଦା ପାଇବେ ବୋଲି ଆଶା କରିିଛନ୍ତି । ଡଙ୍କାରୀରେ ତୈଳ ଭଣ୍ଡାରକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଏହାର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ନାନା ପ୍ରଶ୍ନ ଉଠୁଛି । ତେବେ ଏହାର ବାସ୍ଥବତାକୁ ନେଇ ତୈଳମନ୍ତ୍ରଣାଳୟ,କିମ୍ବା ସରକାର କୌଣସି ମନ୍ତବ୍ୟ ରଖୁନଥିବାରୁ ସାଧାରଣରେ ଏହି ପ୍ରକଳ୍ପ ଶୀତଳ ଭଣ୍ଡାରରେ ରହିଥିବା ଆଲୋଚନା ହେଉଛି ।

Related Posts

About The Author

Add Comment