ଡଙ୍କାରୀ ଓ ରାହାଡପୁର ୧୪୪ ଧାରା ଅଂଚଳରେ ଚାଲିଛି ବେଆଇନ ଖନନ: ବେଆଇନ ପ୍ରବେଶ କାରୀଙ୍କୁ ଧରି ଛାଡିଦେଲେ, ମାଫିଆଙ୍କ ନାମରେ ମାମାଲା ହେଉନି ? ପ୍ରଶାସନିକ ଚଢାଉବେଳେ ଧରା ପଡିଲା ହିଟାଚି ମେସିନ ଓ ଟ୍ରାକ୍ଟର

Spread the love

ଧର୍ମଶାଳା, ୩୦ ।୩ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଡଙ୍କାରୀ ଓ ରାହାଡପୁର କଳାପଥର ପାହାଡରେ ମାଫିଆମାନଙ୍କ ବେଆଇନ ପଥର ଫୁଟାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ଭୃକ୍ଷେପ ନକରି ୧୪୪ଧାରା ବଳବତ୍ତର ଥିବାଜାଗାରେ ମାଫିଆମାନେ କାର୍ଯ୍ୟକରୁଥିବା ଆଜି ପ୍ରଶାସନିକ ଚଢାଉ ସମୟରେ ଧରା ପଡିଛି । ସମସ୍ତ ପ୍ରକାର କଟକଣାକୁ ଖାତିର ନକରି ନିର୍ବାଚନ ସମୟରେ ପ୍ରଶାସନର ଆଖିଆଢୁଆଳରେ ଚାଲିଛି ବେଧଡକ ବେଆଇନ ଖନନ । ଆଜି ସକାଳେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଦଳ ଡଙ୍କାରୀ ନିଷିଦ୍ଧାଂଚଳରେ ପଶି ପଥର ମାଫିଆ ଚଳାଇଥିବା ବେଆଇନ ଖନନ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ଡଙ୍କାରିରୁ ଦୁଇଟି ଟ୍ରାକ୍ଟରକୁ ଜବତ କରିବା ସହ ମାଲିକଙ୍କୁ ଧରି ପରେ ଛାଡି ଦେଇଥିଲେ ଏବଂ ନିଷିଧାଂଞ୍ଚଳରୁ ଦୁଇ ଜଣକୁ ଧରି ଚଢେଇ ଧରା ଫାଣ୍ଡିରେ ଅଟକ ରଖାଯାଇଛି । ରାହାଡପୁର କଳାପଥର ଖାଦାନରୁ କଳାପଥର ନେଇ ଆସୁଥିବା ବେଳେ ଦୁଇଟି ଟିପରକୁ ଜବତ କରିବା ସହ ଏକ ହିଟାଚି ମେସିନକୁ ଜବତ କରାଯାଇଥିବା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ସୁଚନା ଦେଇଛନ୍ତି । ଚଢାଉ ବେଳେ ପ୍ରଶାସନ ଦ୍ୱାରା ଭଙ୍ଘା ଯାଇଥିବା ଓଜନ କଣ୍ଟାକୁ ସଜାଡି ହୋଇଥିବା ଦେଖିବାକୁ ମିଳିଥିଲା । ଏବଂ ଉକ୍ତ ଅଂଚଳରେ କାର୍ଯ୍ୟ ଆରମ୍ଭ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା । କିନ୍ତୁ ତହସିଲଦାର ଆସୁଥିବା ପୁର୍ବ ସୁଚନା ଆଧାରରେ ସେଠାରୁ କୌଣସି ମେସିନ ସିଜ ହୋଇ ପାରିନଥିଲେ ବି ତହସିଲଦାର ସେସବୁ ସ୍ଥାନ ବୁଲି ଦେଖିଥିଲେ । ଜାତୀୟ ସବୁଜ ପ୍ରାଧିକରଣ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଜିଲ୍ଲା ପ୍ରଶାସନ ୧୪୪ଧାରା ଲାଗୁ କରିଥିଲା ଏବଂ ବେଆଇନ ଜବରଦଖଲ ଜାଗାରେ ନିର୍ମାଣ କରାଯାଇଥିବା ଅନେକ ଗୁଡିଏ ଓଜନ କଣ୍ଟାକୁ ଭାଙ୍ଗି ଫୋପାଡି ଦିଆଯାଇଥିଲା । ମାତ୍ର ପଥର ମାଫିଆ ମାନେ ସେହି କ୍ୱାରୀ ଉପରେ ଲାଗିଥିବା ନାଲି ପତକା କୁ ଭୃକ୍ଷେପ ନକରି ପ୍ରଶାସନ ର ଆଇନ କୁ ସମ୍ମାନ ନଦେଇ ପୁନର୍ବାର ପଥର ଉତ୍ତୋଳନ କରିବା ଆରମ୍ଭ କରିଦେଇଥିଲେ । ପ୍ରଶାସନ କୌଣସି ଅନୁମତିକୁ ଅସ୍ୱୀକାର କରୁଥିଲେ ବି ମାଫିଆ ଅନୁମତି ପାଇଥିବା ଦର୍ଶ୍ୟାଇ ପଥର ଖାଦାନ ଉପରେ ନିଜର ଅଧିକାର ସବ୍ୟସ୍ଥ କରିଥିଲେ । ଏଠାରେ ସୁଚନା ଯୋଗ୍ୟ ଗତ ମାସ ୫ ତାରିଖ ରେ ଜିଲ୍ଲାର ଏକ ସ୍ୱତନ୍ତ୍ର ଦଳ ଉକ୍ତ ଏରିଆକୁ ୧୪୪ ଜାରି କାରି ଅବରୋଧ ମୁକ୍ତ କରିଥିଲେ । ଏ ସମ୍ବନ୍ଧରେ ମାମାଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି ଏବଂ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ୨୫କୋଟି ଟଙ୍କା ଜମା କରିବାର ନିଦେ୍ର୍ଦଶ ରହିଛି । ନିଦେ୍ର୍ଦଶ ବିରୁଦ୍ଧରେ ମାମଲାରେ ସରକାର ପକ୍ଷଭୁକ୍ତ ହୋଇଛନ୍ତି । ଦୀର୍ଘ ଦିନ ଧରି ପଥର ମାଫିଆ ମାନେ ଡଙ୍କାରୀରେ ଶହ ଶହ ଏକର ସରକାରୀ ଜାଗାକୁ ଜବର ଦଖଲ କରି ସେଥିରେ କ୍ରସର ଓ ଘର କରି ପଥର ବ୍ୟବସାୟ ଚଳାଇ ଆସିଛନ୍ତି । ଏନ ଜି ଟିର ହସ୍ତକ୍ଷେପ ଫଳରେ ସିଆ ର ଏକ ସ୍ୱତନ୍ତ୍ର ଦଳ ଡଙ୍କାରୀ ଗ୍ରସ୍ତ କରି ଏଠାରେ ଚାଲିଥିବା ବେଆଇନ କାରବାର କୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ କୁ ନିଦେ୍ର୍ଦଶ ଦେଇଥିଲେ । ଫଳରେ ଗତ କିଛିଦିନ ଧରି ଏହି ପାହାଡରେ ମାଫିଆ ମାନେ ପଥର ଉତ୍ତୋଳନ ବନ୍ଦ କରିଦେଇଥିଲେ । କିଛି ଦିନର ନିରବତା ପରେ ପୁନର୍ବାର ମାଫିଆ ମାନେ ନିଷିଦ୍ଧାଂଚଳରେ ପ୍ରବେଶ କରିଥିବାର ଖବର ପାଇ ପ୍ରଶାସନ ତରଫରୁ ଆଜି ଚଢାଉ କରାଯାଇଥିଲା । ସେହିପରି ଭାବେ ରାହାଡପୁରର ୧୪୪ଧାରା ଇଲାକାରେ ମଧ୍ୟ ଅନୁରୁପ ଭାବେ ପଥର ମାଫିଆ ମାନେ ବେଆଇନ ଖନନ ଚଳାଇରଖିଥିବା ସ୍ଥାନୀୟ ଲୋକଙ୍କ ସୁଚନା ସତରେ ପରିଣତ ହୋଇଛି । ସେହି ଅଂଚଳରେ ଜନୈକ ସ୍ଥାନୀୟ ଲୋକ ଆଜକୁ ଦିର୍ଘଦିନ ଧରି ଏକ ବେଆଇନ ଖାଦାନ ଚଳାଇ ଆସୁଛନ୍ତି । ଏବଂ ପାହାଡ ତଳେ ଏକ କ୍ୟମ୍ପ କରି ଦୁଇ ତିନୋଟି ମେସିନ ସହାୟତାରେ ପ୍ରତ୍ୟହ ଟ୍ରିପ,ଟ୍ରିପ କଳାପଥର ଚାଲାଣ କରୁଥିବା ଜଣାଯାଇଛି । ଆଜି ସେହି ଖାଦାନରୁ ତହସିଲଦାର ଏକ ହିଟାଚି ୨୦୦ ମେସିନକୁ ସିଜ କରିଥିବା ସୁଚନା ମିଳିଛି । ଏହି ଚଢାଉରେ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସାମିଲ ହୋଇ ତହସିଲଦାରଙ୍କ ସହେଯାଗ କରିଥିଲେ । ଏପରିସ୍ଥଳେ ମାଫିଆ ମାନଙ୍କ ୧୪୪ ଧାରାର ଖୋଲା ଉଲଙ୍ଘନ ଓ ପଥର ଫୁଟାଇବାକୁ କେନ୍ଦ୍ରକରି ସାଧାରଣରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହେଉଛି ।

Related Posts

About The Author

Add Comment